ଲମତାପୁଟ/ଜୟପୁର: କୋରାପୁଟ ଏସପି ମୁକେଶ ଭାମଙ୍କୁ ନିଦେର୍ଶରେ ଲମତାପୁଟ, ଜୟପୁର ଓ ନନ୍ଦପୁର ପୁଲିସର ବିଭିନ୍ନ ସ୍ଥାନରେ ଚଡାଉ କରି ୩ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ୫ଜଣ ଫେରାର ହୋଇଛନ୍ତି। ଅନ୍ୟପଟେ ମାଷ୍ଟର ମାଇଣ୍ତଙ୍କୁ ପୁଲିସ ଖୋଜୁଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ମାଛକୁଣ୍ତ ଥାନାରେ ପରିସର ମଧ୍ୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟରେ ପ୍ରକାଶ କରିଛନ୍ତି।
କୋରାପୁଟ ଜିଲା ଲମତାପୁଟ ପୁଲିସ ଗତ ଶନିବାର ଦିନରେ ରାତ୍ରପେଟ୍ରୋଲିଂ କରୁଥିଲେ। ସହି ସମୟରେ ଲମତାପୁଟ ପୁଲିସ କଡ୍ରୀ ଗାଁ ନିଟରେ ଲମତାପୁଟ ପୁଲିସ ଗାଡିଯାଂଚ କରୁଥିବା ବେଳେ ଜଲାପୁଟ ଠାରୁ ଜୟପୁର ଏକ ପିକଅପ୍ ଭ୍ୟାନରେ ଗଞ୍ଜେଇ ବୋଝେଇ ହୋଇ ଯାଉଥିବା ସମୟରେ କଡ୍ରି ଗାଁ ନିକଟରେ ପୋଲିସ ହାଟରେ ଧରାପଡିଥିଲେ । ଅନ୍ଧାରର ସୁଯୋଗ ନେଇ ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପରେ ପୁଲିସ ଲମତାପୁଟ ଥାନାରେ ଆଣି ଯବତ ଗଞ୍ଜେଇ ଓଜନ କରି ୫୩୫କେଜି ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ। ଯାହାର ହାରାହାରି ମୂଲ୍ୟ ୨୦ଲକ୍ଷ ଟଙ୍କା ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି।
ଏହି ଘଟଣାରେ ସଂପୃକ୍ତ ରହିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ନେଇ କୋରାପୁଟ ଏସପି ମୁକେଶ ଭାମୋ ନିର୍ଦ୍ଦେଶ ଦେବା ପରେ ନନ୍ଦପୁର ସେଡିପିଓ ସଞ୍ଜୟ କୁମାର ମହାପାତ୍ର, ଜୟପୁର ଏସଡିପିଓ ଭରୁନଗୁନଥୁପାଲି, ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ କୁମାର ମହାକୁଡ, ମାଛକୁଣ୍ତ ଥାନା ଅଧିକାରୀ ପ୍ରଫୁଲ କୁମାର ଲାକ୍ରା, ଲମତାପୁଟ ଫାଣ୍ତି ଅଧିକାରୀ ଦୀଲିପ କୁମାର ପ୍ରଧାନ ଓ ଜଲାପୁଟ ଫାଣ୍ତି ଅଦିକାରୀ ମହେଶ କୁମାର କ୍ରିର୍ସାନୀଙ୍କ ସମେତ ଏକ ଟିମ ଗଠନ କରି ବିଭିନ୍ନସ୍ଥନାରେ ଚଡାଉ କରାଯାଇଥିଲା।
ପୁଲିସର ଚଡାଉ ସମୟରେ ସଗର ଛକ ନିଟରେ ୩ଜଣଙ୍କୁ ଗିରଫ କରିବାରେ ପୁଲିସ ସଫଲ ହୋଇଥିବା ବେଲେ ଅନ୍ୟ ୫ଜଣ ଫେରାର ହୋଇଯାଥିଲେ। ରବିବାର ଦିନରେ ମାଛକୁଣ୍ତ ଥାନା ପରିସର ମଧ୍ୟରେ ଆୟୋଜିତ ଏକ ସାମ୍ବାଦକ ସମ୍ମିଳନୀରେ ତିନି ଜଣ ଗଞ୍ଜେଇ ମାଫିଆ ଶେଖ ଜାବେଦ(୨୮), ଜାନ ମହମ୍ମଦ(୨୫) ରାକେଶ ପ୍ରସାଦ ଗିରଫ କରାଯାଇ କୋର୍ଟ ଚାଲନ କରାଯାଇଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/lamtaput-27b.jpg)