ଦୁଇ ଗଞ୍ଜେଇ ବେପାରି ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ବୁଗୁଡ଼ା : ବୁଗୁଡ଼ା ଏନ୍ଏସି ଅଧୀନ ରଘୁନାଥସାହିର ନିଶା ବେପାରୀ ଦୁଇ ଭାଇଙ୍କ ଘର ଉପରେ ଗତ ଏପ୍ରିଲ ୨୮ ତାରିଖ ରାତିରେ ଭୁବନେଶ୍ବର ଏସଟିଏଫ ଟିମ୍ ଅଚାନକ ଚଢ଼ଉ କରିଥିଲା। ଚଢ଼ଉ ବେଳେ ବ୍ୟାପକ ଗଞ୍ଜେଇ ଓ ଅଫିମ ଜବତ କରିବା ସହ ସେମାନଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ତଦନ୍ତ ଜାରି ରହିଥିଲା। ଏହିକ୍ରମରେ ସେମାନେ ୨୦୧୬ ମସିହାରୁ କ୍ରୟ କରିଥିବା ସମସ୍ତ ସମ୍ପତ୍ତିର ତଥ୍ୟ ସ୍ଥାନୀୟ ତହସିଲ ଓ ସବ ରେଜିଷ୍ଟ୍ରର କାର୍ଯ୍ୟଳୟରୁ ସଂଗ୍ରହ କରିଛି ପୁଲିସ।

ଗତ ୬ ବର୍ଷ ମଧ୍ୟରେ କିଣିଥବା ୫ଟି ବ୍ୟାବସାୟିକ କୋଠା, ୮ଟି ଜମି ଓ ୫୯୫ ଗ୍ରାମର ସୁନାକୁ ପୁଲିସ ବାଜ୍ୟାପ୍ତି କରିଛି। ଏନଡିପିଏସ୍ ଆକ୍ଟ ଅନୁଯାୟୀ କଲିକତାର ଏକ ପ୍ରାଧିକୃତ ସଂସ୍ଥା ଅଧିକାରୀମାନେ ଏହି ସମ୍ପତ୍ତି ବାଜ୍ୟାପ୍ତି କରିଥିବା ଜଣାପଡ଼ିଛି। ଜବତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩ କୋଟି ହେବ ବୋଲି ଜଣାପଡିଛି। ପୂର୍ବରୁ ଉଭୟଙ୍କ ସମସ୍ତ ସମ୍ପତ୍ତିକୁ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର