କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜଡ଼ି ଚାତର ଛକ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ରାସ୍ତାତଳକୁ ଖସିପଡ଼ିବା ଫଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳ ଡଙ୍କପାଣି ଗାଁ ନିକଟରେ ଏକ ଟ୍ରଲର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଏହାର ଡ୍ରାଇଭରଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଦର ଥାନା ଶଙ୍କରୀ ଗ୍ରାମର ରଞ୍ଜୁ ନାୟକ (୨୨ ବର୍ଷ) ଓ ଦେବ ମୁଣ୍ଡା(୩୦ ବର୍ଷ) ୨୦ ନମ୍ବର ଜାତୀୟ ରାଜପଥର ଜଡ଼ି ଚାତର ଛକ ନିକଟରେ ଥିବା ଏକ ଢ଼ାବାରୁ ଖାଇ ସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥଲେ। ବହୁ ବିଳମ୍ବରେ ଏ ସମ୍ପର୍କରେ ସୂଚନା ପାଇ ରାତି ପ୍ରାୟ ୨ଟା ବେଳେ ଉଭୟଙ୍କୁ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟି ସାରିଥିଲା।
ସେହିପରି ସଦର ଥାନା ଡଙ୍ଗପାରି ଗାଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରଲର ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ଗଛରେ ପିଟି ହୋଇଯାଇଛି ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଟ୍ରଲରର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ମୃତ୍ୟୁବରଣ କରିସାରିଥଲେ। ଗ୍ୟାସ କଟର ଯୋଗେ ଟ୍ରଲରକୁ କାଟି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ଅଣାଯାଇଛି।
କେନ୍ଦୁଝର : ୨ଟି ପୃଥକ ଦୁର୍ଘଟଣାରେ ୩ ମୃତ୍ୟୁ
/sambad/media/post_attachments/wp-content/uploads/2018/10/Accident_Sambad-Graphic-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)