ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ

କଟକ: କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ରେ ରବିବାର ତିନିଜଣ କୃଷିଶ୍ରମିକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ମୃତକ ତିନି ଜଣ ହେଲେ ସଞ୍ଜୟ ବେହେରା କବିଚନ୍ଦ୍ର ବଳ ଓ ଅନ୍ୟ ଜଣଙ୍କ ନାମ ନିରଞ୍ଜନ ବେହେରା ବୋଲି ଜଣାପଡ଼ିଛି। ତେବେ ମୃତକଙ୍କୁ ତିଗିରିଆ ଡାକ୍ତରଖାନାରେ ରଖାଯାଇଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ସଞ୍ଜୟ ବେହେରା, କବିଚନ୍ଦ୍ର ବଳ ଓ ନିରଞ୍ଜନ ବେହେରାଙ୍କ ବଜ୍ର ପାତରେ ମୃତ୍ୟୁ ହୋଇଛି। ତେବେ ଏହି ତିନିଜଣ ନିଜନିଜ ଜମିରେ କାମ କରୁଥିବା ସମୟରେ ବିଜୁଳି ମାରିଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର