୩ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଅଟକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀଙ୍କ ସହ ଅନ୍ୟ ଦୁଇ ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଓ ପ୍ରମୋଦ କୁମାର ପ୍ରଧାନ ସରକାରୀ ଗାଡ଼ିରେ ଯାଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ପକ୍ଷରୁ ସେମାନଙ୍କୁ ଅଟକା ଯାଇଥିଲା। ଗାଡ଼ିରୁ ପ୍ରମୋଦ କୁମାର ପ୍ରଧାନଙ୍କ ଠାରୁ ୩ ଲକ୍ଷରୁ ଅଧିକ ଟଙ୍କାର ଏକ ବ୍ୟାଗ ଭିଜିଲାନ୍ସକୁ ମିଳିବା ପରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନା ଅନୁସାରେ, ଅଫିସ ବୋଲେରରେ ଆଇଟିଡିଏର ତିନି ଯନ୍ତ୍ରୀ ନବରଙ୍ଗପୁରଠାରୁ ପାପଡାହାଣ୍ଡି ଅଭିମୁଖେ ଯାଉଥିବାବେଳେ ପାପଡାହାଣ୍ଡିସ୍ଥିତ ମୃଗ ବିହାର ନିକଟରେ କୌଣସି ସୂତ୍ରରୁ ଖବର ପାଇଁ ନବରଙ୍ଗପୁର ଭିଜିଲାନ୍ସ ଗାଡିକୁ ଅଟକାଇଥିଲେ l ବୋଲେରୋ ଭିତରେ ଯାଞ୍ଚ କରିବା ସମୟରେ ଏକ ବ୍ୟାଗ ଭିତରେ ୩ ଲକ୍ଷ ୧୧ହଜାର ଟଙ୍କା ଭିଜିଲାନ୍ସ ଠାବ କରିଥିଲେ l ପଚରାଉଚରା ସମୟରେ ଉକ୍ତ ବ୍ୟାଗଟି ପ୍ରମୋଦ କୁମାର ପ୍ରଧାନଙ୍କର ବୋଲି ଜଣାପଡିଥିଲା l

ଅନ୍ୟପଟେ ଏତେ ଗୁଡିଏ ଟଙ୍କା ଧରି ସନ୍ଧ୍ୟା ସମୟରେ ନିଜ ଅଫିସ ବୋଲେରୋରେ ସେମାନେ କେଉଁଆଡେ ଯାଉଥିଲେ ଏବଂ କେଉଁଠାରୁ ଆଣିଲେ ତାହାକୁ ନେଇ ନବରଙ୍ଗପୁର ଭିଜିଲାନ୍ସ ତଦନ୍ତ ଚଳାଇଛି | ଭିଜିଲାନ୍ସ ପ୍ରମୋଦ ପ୍ରଧାନଙ୍କୁ ଅଟକ ରଖି ଅନ୍ୟ ୨ ଜଣ ଯନ୍ତ୍ରୀଙ୍କୁ ଛାଡିଦେଇଛି।

ସମ୍ବନ୍ଧିତ ଖବର