ଅନୁଗୁଳ/ଠାକୁରଗଡ଼: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପଟାପଥର ଗାଁ ନିକଟସ୍ଥ ରିଙ୍ଗିରା ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷାଙ୍କ ଦିଅରଙ୍କ ସମେତ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ବ୍ୟବଛେଦ ପାଇଁ ଆଠମଲ୍ଲିକ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲିୀ ବିଳମ୍ବିତ ରାତିରେ ଠାକୁର ଗଡ଼ ଥାନା ଅନ୍ତର୍ଗତ କେଳିପଥର ଗାଁର ତଇା ଆଠମଲ୍ଲିକ ବ୍ଲକ୍ ଅଧ୍ୟକ୍ଷା ମିନାକ୍ଷୀ ଦଳେଇଙ୍କ ଦିଅର କାଠି ଦଳେଇ(୨୪ ବର୍ଷ), ସେହି ଗାଁର ପରମାନନ୍ଦ ଦଳେଇ (୨୫ ବର୍ଷ) ଓ ସିନ୍ଦୁରଖୋଳ ଗାଁର ରଞ୍ଜିତ ରାଉତ(୨୪ ବର୍ଷ) ଓଡି୧୯ଏଲ୦୨୪୦ ନମ୍ବର ମୋଟର ସାଇକେଲରେ ବୌଦ୍ଧରୁ ଆଠମଲ୍ଲକ- ବଇଣ୍ଡା ରାସ୍ତାରେ ଫେରୁଥିବା ବେଳେ କୌଣସି ଅଜଣା ଗାଡ଼ି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତି ଯୋଗୁଁ ଏହି ଦୁର୍ଘଟଣା ସମ୍ପର୍କରେ ପରିବାର କିମ୍ବା ପୁଲିସ କିଛି ଜାଣି ପାରି ନ ଥିଲେ। ଆଜି ସକାଳୁ ରାସ୍ତା ଉପରେ ମୃତଦେହ ପଡ଼ିଥିବା ଜଣାପଡ଼ିବା ପରେ ମୃତକମାନଙ୍କ ପରିବାର ସହିତ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ୩ ଯୁବକ ମୃତ
/sambad/media/post_attachments/wp-content/uploads/2018/02/Accident_Bike_Road_2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)