ସୁନ୍ଦରଗଡ଼: ଅଜଣା ଗାଡ଼ି ଧକ୍କାରେ ୩ ମୃତ

ସୁନ୍ଦରଗଡ଼: ଗତକାଲି ରାତିରେ ଯାତ୍ରା ଦେଖି ଫେରୁଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଷ ଥାନା ମୁଷାବିରା ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ କଲେଇପୋଷ ଗାଁର ତପନ ସାମନ୍ତ, ନୃପ ସାମନ୍ତ ଓ ସାଗର ନାୟକ ଚନ୍ଦ୍ରପୁରରୁ ରାହାସ ଯାତ୍ରା ଦେଖି ଏକ ବାଇକ ଯୋଗେ ଫେରୁଥିବା ବେଳେ ଅଜଣା ଗାଡିଟି ବାଇକକୁ ଖୁବ୍‌ ଜୋରରେ ଧକ୍କା ଦେଇଥିଲା। କେବଳ ସେତିକି ନୁହେଁ ଧକ୍କା ପରେ ବାଇକ୍‌ ସହ ୩ ଜଣଙ୍କୁ ପ୍ରାୟ ୩ଶହ ମିଟର ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସକାଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର