ବରଗଡ଼ ଜିଲ୍ଲା ଗାଇସିଲେଟରେ ହାତୀ ଆକ୍ରମଣରେ ତିନିଜଣଙ୍କର ମୃତ୍ୟୁ

ବରଗଡ଼: ହାତୀ ଆକ୍ରମଣରେ ଗଲା ତିନିଜଣଙ୍କ ଜୀବନ | ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଘନାମାଲ ପଂଚାୟତରେ ହାତୀ ଆକ୍ରମଣରେ ଆଜି ତିନିଜଣଙ୍କର ମୃତ୍ୟୁ ଘଟିଛି | ଏହି ତିନି ଜଣ ହେଉଛନ୍ତି ମାଳ ସେଠ୍ ଉମରାଡ,ବିରଞ୍ଚି କୁମ୍ଭାର ଉମରାଡ ଓ ଶିବ ସେଠ | ମିଳିଥିବା ସୂଚନା ମୁତାବକ ଏହି ତିନିଜଣ ବ୍ୟକ୍ତି ଆଜି ଭୋରରେ ଘର ବାହାରକୁ ଯାଇଥିବାବେଳେ ହାତୀଟିଏ ସେମାନଙ୍କୁ ଆକ୍ରମଣ କରିଥିଲା | ତେବେ ଜଣଙ୍କ ପରେ ଜଣଙ୍କୁ ହାତୀ ଦଳି ଦେଇଥିବାବେଳେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି |

ସୂଚନା ଥାଉ କି ଦୁଇ ଦିନ ତଳେ ମେଲଛାମୁଣ୍ଡା ଗାଁ ରେ ହାତୀ ଜଣଙ୍କୁ ଦଳି ମାରିଦେଇଥିଲା | ଆଉ ଆଶଙ୍କା କରାଯାଉଛି ଯେ ସେହି ହାତୀଟି ଗାଇସିଲେଟ ଅଂଚଳରେ ପହଂଚି ତିନିଜଣଙ୍କୁ ଦଳିଦେଇଛି | ସୂଚନାଯୋଗ୍ୟ ଏକ ତିନିଟିକିଆ ହାତୀପଲ ଝାଞ୍ଜପାହାଡରୁ ମେଲଛାମୁଣ୍ଡା ଅଞ୍ଚଳକୁ ଆସିଥିଲେ | ସେ ମଧ୍ୟରୁ ଦୁଇଟି ହାତୀ ସେ ଭିତରୁ ଝାଞ୍ଜପାହାଡକୁ ଫେରିଯାଇଥିବାବେଳେ ଗୋଟିଏ ହାତୀ ରହିଯାଇଥିଲା | ତେବେ ବଡ କଥା ଯେ ହାତୀ ଗତିବିଧି ନେଇ ବନ ବିଭାଗ ପକ୍ଷରେ କୌଣସି ସୂଚନା ନ ରହିବାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି |

ସମ୍ବନ୍ଧିତ ଖବର