ଅଶୁଭ ପାଲଟିଲା ରଜସଂକ୍ରାନ୍ତି: ଶୋଇଥିବାବେଳେ ମାଡ଼ିଗଲା ଟ୍ରକ; ୩ ଜଣଙ୍କର ଚାଲିଗଲା ଜୀବନ

ଜୟପୁର : ଘରେ ଶୋଇଥିବାବେଳେ ମାଡ଼ିଗଲା ଟ୍ରକ | ଅଧରାତିରେ ଏକ ବାଲିବୋଝେଇ ଟ୍ରକ ମାଡିଯିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଘଟଣ କୋରାପୁଟ ଜୟପୁରର ଭେଜାପୁଟ ଗାଁରେ ଘଟିଛି | ଘରେ ଶୋଇଥିବା ବେଳେ ମାଡିଗଲା ବାଲିବୋଝେଇ ଟ୍ରକ । ଟ୍ରକ ମାଡିଯିବା ଯୋଗୁଁ ଚାପି ହୋଇ ଗୋଟିଏ ପରିବାରର ୩ଜଣଙ୍କ ଜୀବନ ଚାଲି ଯାଇଛି ।

ମୃତକଙ୍କ ମଧ୍ୟରେ ଅଛନ୍ତି ବାପା, ମାଆ ଓ ଝିଅ । ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ୧୪ବର୍ଷିୟ ପୁଅ । ଏହି ଘଟଣାକୁ ନେଇ ଭେଜାପୁଟ ଗାଁରେ ଉତେଜନା ଲାଗି ରହିଛି । ଉତ୍ୟକ୍ତ ଲୋକମାନେ ଦାମନଯୋଡି-ଭେଜାପୁଟ ରାସ୍ତାରେ ପୋଡାଜଳା କରିବା ସହ ଅବରୋଧ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରାସ୍ତାରେ ଯାଉଥିବା ଏକ ବାଲି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘର ଉପରେ ଓଲଟି ପଡିଯିବାରୁ ଏପରି ଦୁର୍ଘଟଣା ହୋଇଛି । ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ମୃତକଙ୍କ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି ହୋଇଛି ।

ସମ୍ବନ୍ଧିତ ଖବର