ବିନିକା : କଇଁଛ ଧରିବା ହେଲା କାଳ । କଇଁଛ ଧରିବାକୁ ଯାଇ ପରିତ୍ୟକ୍ତ କୂଅ ଭିତରେ ଅଣ ନିଶ୍ୱାସୀ ହୋଇ ତିନି ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି  । ମୃତ ବ୍ୟକ୍ତି ମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା  ବିନିକା ବ୍ଳକ  କୁହିବାହାଲ ଗାଁର ବାପ ସାଧୁ କାଲସେ (୬୦) ପୁଅ ଆଲୋକ କାଲସେ (୨୦) ଏବଂ ଡୁଙ୍ଗୁରିପାଲି ବ୍ଳକ ସୁଲେଇ ଗାଁର ସାନ୍ଧୁଙ୍କ ଜ୍ୱାଇଁ ନବୀନ ମୋଟାରୀ (୩୨) । ଆଜି ଏମିତି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ରାମପୁର ଥାନା କୁହିବାହାଲ ଗାଁ ନିକଟରେ ଥିବା ଆନନ୍ଦପୁରରେ ।

Advertisment

ମିଳିଥିବା ସୂଚନା ଅନୁସାରେ, ଆନନ୍ଦପୁରରେ ଥିବା ଏକ ପରିତ୍ୟକ୍ତ କୂଅରେ କଇଁଛ ଦେଖିବାକୁ ପାଇଥିଲେ ସାଧୁ । ସେ କୂଅ ଭିତରକୁ କଇଁଛ ଧରିବାକୁ ଯାଇ ଆଉ ବାହାରକୁ ବାହାରି ପାରିନଥିଲେ । ଫଳରେ ପୁଅ ଆଲୋକ ଏବଂ ଜ୍ୱାଇଁ ନବୀନ ପୁଣି କୂଅ ଭିତକୁ ପଶିଥିଲେ । ହେଲେ ତିନି ଜଣ ଅଣ ନିଶ୍ୱାସୀ ହୋଇ କୂଅ ଭିତରେ ମୃତ୍ୟୁ ଘଟିଥିବା । ଏମାନଙ୍କୁ ସେହି ଗ୍ରାମର ଗୁପ୍ତେ କଲସେ ଉଦ୍ଧାର କରିବାକୁ ଯାଉଥିଲା ବେଳେ ସେ ମଧ୍ୟ ଅଣନିଃଶ୍ବାସୀ ହେବାରୁ ତାଙ୍କୁ ମଧ୍ୟ ନିକଟସ୍ଥ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା  । ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ  ପହଞ୍ଚି କୂଅ ଭିତରୁ ସମସ୍ତ ଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନା କୁ ଆଣିଥିଲେ ।