ଡକାୟତି ଉଦ୍ୟମ ପଣ୍ଡ; ୩ ଗିରଫ, ଧାରୁଆ ଅସ୍ତ୍ର ସହ ମୋବାଇଲ୍‌ ଜବତ

ନାଲକୋନଗର: ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ନାଲକୋ ସିଆଇଏସ୍‌ଏଫ୍‌ କର୍ମଚାରୀ ଓ ନାଲକୋ ପୁଲିସ ମିଳିତ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜଣେ ନାବାଳକୁ ସ୍ବଧାର ଗୃହ ପଠାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ଦାସ (୨୬), ମିଶ୍ର ଦେହୁରୀ (୨୫) ଓ ଜଣେ ନାବାଳକ।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବଆଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ସିପିପି ପ୍ଲାଣ୍ଟରେ ଗତକାଲି ମଧ୍ୟ ରାତ୍ରିରେ ନାଲକୋ ଥାନା ପକ୍ଷରୁ ପାଟ୍ରୋଲିଙ୍ଗ ହୋଇଥିଲା। ଏହି ସମୟରେ ଏକ ଡକାୟତି ଗ୍ୟାଙ୍ଗ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ନାଲକୋ ସିପିପି ପ୍ଲାଣ୍ଟର ଭଙ୍ଗା ପାଚେରୀ ଅନ୍ଧାରୁଆ ସ୍ଥାନରେ ତାରଜାଲିକୁ ଡେଇଁ ସିପିପି ପ୍ଲାଣ୍ଟ ପରିସରକୁ ୫ଜଣ ପ୍ରବେଶ କରୁଥିଲେ। ଏମାନେ ନାଲକୋ ପୁଲିସ ଓ ସିଆଇଏସଏଫ ନଜରକୁ ଆସିଥିଲେ। ପରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଥିଲେ ପୁଲିସ ଟିମ୍‌। ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଶଙ୍କର ଦାସଙ୍କ ପୁତ୍ର ବିଜୟ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ଯଦୁ ଦେହୁରୀଙ୍କ ପୁତ୍ର ମିଶ୍ର ଦେହୁରୀ  ଓ ନାବାଳକକୁ ପୁଲିସ ଧରିବାରେ ସଫଳ ହୋଇଥିବା ବେଳେ ଆଉ ୨ଜଣ ଖସି ଯାଇଥିଲେ।

ପୁଲିସ କହିଛି ଯେ, ଦୀର୍ଘ ଦିନ ହେବ ଏମାନେ ଚୋରି କରି ନାଲକୋ ପୁଲିସକୁ ଚକମା ଦେଇ ଆସୁଥିଲେ। ନାଲକୋ ଥାନାରେ ବିଭିନ ଚୋରି, ଡକାୟତି ଅଭିଯୋଗରେ ନାଲକୋ ଥାନାରେ ମାମଲା ରୁଜୁ ହୋଇଛି। ନାଲକୋ ଆଦର୍ଶ ଥାନା ପୁଲିସ ସେମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ଗୋଟିଏ ଏକ ଦଉଡି, ଭୁଜାଲି, ଲାଠି, ମୋବାଇଲ ଫୋନ ଜବତ କରିଛି। ନାଲକୋ ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ନାବାଳକକୁ ପ୍ରବେଶନ ହୋମକୁ ପଠାଇ ଦେଇଥିବା ନାଲକୋ ଥାନା ଆଇଆଇସି ବିନ୍ଦୁଭାସିନୀ ବିଶ୍ୱାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର