ଏକା ମଞ୍ଚରେ ତିନୋଟି ନାଟକ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କଲେ: ବିଧାୟକ

ଜୟପୁର: ଜୟପୁର କଳା ଓ କଳାକାର ଦ୍ବାରା ଆୟୋଜିତ ଜୟପୁର ଫିଲ୍ମ କରଫରେସନ୍ ପକ୍ଷରୁ ସିଟି ସ୍କୁଲ ମଂଚରେ ପ୍ରଦର୍ଶିତ ହୋଇଛି ‘ମହାନାଟକ’। ଅବିଭକ୍ତ କୋରାପୁଟ ଜିଲ୍ଲାର କ୍ଷୁଦ୍ରଚଳଚ୍ଚିତ୍ର ପାଇଁ ଏହାପୂର୍ବରୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ଗତ କାଲି ସଂଧ୍ୟାରେ ‘ମହାନାଟକ’ ମଂଚସ୍ଥ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ଏକା ମଂଚରେ ତଥା ଏକା ସମୟରେ ତିନୋଟି ବିଷୟବସ୍ତୁ ସାମାଜିକ, ଆଧ୍ୟାତ୍ମିକ, ରାଜନୈତିକ ପୃଷ୍ଟଭୂମିକୁ ନେଇ ନାଟକ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି ବୋଲି କହିଥିଲେ। କଳା ଓ କଳାକାରମାନେ ଚାହିଁଲେ ସୁସ୍ଥ ଓ ବିକଶିତ ସମାଜ ଗଠନ କରି ପାରିବେ ବୋଲି କହିଥିଲେ। ସେ ନିଜେ ଏହି ମହାନାଟକରେ ଜଣେ ଅଭିନେତା ଭାବେ ଅଂଶ ବିଶେଷ ହୋଇପାରିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ। ଏହି ଧାରା ଆଗାମୀ ଦିନରେ ଜାରୀ ରଖି ଜୟପୁରର ଗର୍ବ ଓ ଗୌରବକୁ ଫେରାଇ ଆଣିବାକୁ ପରାମର୍ଶ ଦେଇଥିଲେ।

ଦୀର୍ଘ ବହୁ ବର୍ଷ ପରେ ଏଭଳି ଏକ ନାଟକ ମଂଚସ୍ଥ ହୋଇଥିବାରୁ ବିଭିନ୍ନ ମହଲରେ ପ୍ରଶାଂସା କରାଯାଇଛି। ଲେଖକ ତଥା ନିର୍ଦ୍ଦେଶକ ସୁଧାକର ପଟ୍ଟନାୟକ ଓ ବିଶାଳ ପଟ୍ଟନାୟକଙ୍କ ଦ୍ବାରା ନିର୍ଦ୍ଦେଶନାରେ ଏହି ନାଟକ ମଂଚସ୍ଥ ହୋଇଥିଲା। ଏଥିରେ ସଂଗୀତ ଦେଇଥିଲେ ଚଳଚ୍ଚିତ୍ର ସଂଗୀତ ନିର୍ଦେଶକ ତୋଷ ନନ୍ଦ। ଅଭିନୟରେ ଦେବେନ୍ଦ୍ର ଅଧିକାରୀ, ସ୍ନେହା ବେବର୍ତ୍ତା, ସନାତନ ପୁରୋହିତ ଦାଶ, ବିଶ୍ବନାଥ ନାୟକ, ବିଜୟ ମହାପାତ୍ର, ଚନ୍ଦନ କୁମାର ସାହୁ, ଅମିତ କୁମାର ଦାଶ, ଦିବ୍ୟରଂଜନ ବେହେରା, ନୃସିଂହ ଷଡଙ୍ଗୀ, ସୌମ୍ୟରଂଜନ ସୁଆର, ରୋହିତ କୁମାର ସାନ୍ତ୍ରା, ମୁରଲୀ ପଟ୍ଟନାୟକ, କାର୍ତ୍ତିକ ରାଉତ, ଏମ୍ ଡି ସରିଫ,ଶିଶିର ଦାଶ, ଗୋପାଳ ସାହୁ, ନିରଂଜନ ପାଣିଗ୍ରାହୀ, ପ୍ରତ୍ୟୁଷ ପାଣିଗ୍ରାହୀ, ନିବେଦିତା ପଣ୍ଡା, ଗୌରୀଶଙ୍କର, ପ୍ରକାଶ ମହାନ୍ତି, ସ୍ବିଟୀ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ପ୍ରାଚୀ ମିଶ୍ର, ରୋହିତ, ରାମପ୍ରସାଦ ପଟ୍ଟନାୟକ, ଶଙ୍କର ପ୍ରହରାଜ, ରଂଜିତ ପଟ୍ଟନାୟକ, ପ୍ରଶାନ୍ତ ମିଶ୍ର, ଜୟନ୍ତ ସାନ୍ତ୍ରା ପ୍ରମୁଖ ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ।

ସେଭଳି ଆଲୋକ ସଂଯୋଜନାରେ ଡି.ଶିବରାଜ, ଶବ୍ଦରେ ଉମାନାନ୍ତ ମହାରାଣା, ମଂଚ ପ୍ରସ୍ତୁତି ଭି.ପ୍ରସାଦ, ମଂଚ ସଜ୍ଜା ଦିଲ୍ଲୀପ କୁମାର ବିଷୋୟୀ, ରୁପ ସଜ୍ଜାରେ ଅଗ୍ରଜ ମଜଦୁର , ଆଶା ମହାନ୍ତି, ପୋଷାକ ପଂଚାନନ ମିଶ୍ର ଓ ବାଦ୍ୟଯନ୍ତ୍ରରେ ସୁକମନ ସଗରିଆ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର