ଲୋକସେବା ଭବନରୁ ଉଦ୍ଧାର ହେଲା ୩ ଫୁଟ ଲମ୍ବର ଢ଼ମଣା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଥିବା ଗୃହ ବିଭାଗର ଆଡ଼ିସନାଲ ସେକ୍ରେଟାରୀ ବି.ବି.ମିଶ୍ରଙ୍କ ଚାମ୍ବରରେ ଏକ ସାପ ପଶି ଯାଇଥିଲା । ନିଜେ ଆଡ଼ିସନାଲ ସେକ୍ରେଟାରୀ ସାପ ଉପରେ ଦୈବାତ ଗୋଡ଼ ପକାଉ ପକାଉ ବର୍ତ୍ତି ଯାଇଥିଲେ । ଏହାପରେ ସେହି ଚାମ୍ବରରୁ ସବୁ କର୍ମଚାରୀ ବାହାରକୁ ଆସିବା ପରେ ରୁମଟିକୁ ବନ୍ଦ ଜରାଯାଇଥିଲା ।

ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯିବା ପରେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚିଥିଲେ | ସେ ପହଞ୍ଚିବା ବେଳକୁ ସାପଟି ଏକ ଆଲମାରୀ ପଛପଟେ ଲୁଚିଯାଇଥିଲା । ଆଲମାରୀକୁ ଘୁଞ୍ଚେଇ ଶୁଭେନ୍ଦୁ ଏକ ୩ଫୁଟ ଲମ୍ବର ଢ଼ମଣା ସାପଟିକୁ ଉଦ୍ଧାର କରିଥିଲେ । ସାପଟି ସମ୍ଭବତଃ ଖୋଲା ଥିବା ଝରକା ପଟେ ପଶିଥିବ ବୋଲି ଶୁଭେନ୍ଦୁ ଅନୁମାନ କରିଛନ୍ତି। ଉଦ୍ଧାର ପରେ ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳିରେ ଛାଡି ଦିଆଯାଇଛି ।

ସମ୍ବନ୍ଧିତ ଖବର