ରାୟଗଡ଼ା: ଡମ୍ବସରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୩ ଛାତ୍ରୀ ନିଖୋଜ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଡମ୍ବସରା ସରକାରୀ ବାଳିକା ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀନିବାସରୁ ୩ ଜଣ ଛାତ୍ରୀ ଗତକାଲିଠାରୁ ନିଖୋଜ ହୋଇଯାଇଛନ୍ତି। ଆଜି ଏ ନେଇ ବିଦ୍ୟାଳୟର  ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅନୁରାଧା ଲିଙ୍ଗମ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଥାନାରେ ପ୍ରଧାନ ଶିକ୍ଷୟିତ୍ରୀ କରିଥିିବା ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଡମ୍ବସରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଥିବା ଛାତ୍ରୀମାନଙ୍କ ମଧ୍ୟରୁ ଜଣେ ୯ମ ଶ୍ରେଣୀ ଛାତ୍ରୀ ଓ ଦୁଇ ଜଣ ୮ମ ଶ୍ରେଣୀ ଛାତ୍ରୀଙ୍କର କୌଣସି ପତ୍ତା ମିଳି ନ ଥିଲା। ଏ ନେଇ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଲିଙ୍ଗମ ନିଖୋଜ ଛାତ୍ରୀମାନଙ୍କ ବାପାମାଆଙ୍କୁ ଜଣାଇବା ପରେ ସେମାନେ ଆସି ବିଦ୍ୟାଳୟରେ ପହଞ୍ଚିଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନିଖୋଜ ଛାତ୍ରୀମାନଙ୍କ ସମ୍ପର୍କରେ କେହି କିଛି କହି ନ ପାରିବାରୁ ଶେଷରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସହିତ ଅଭିଭାବକମାନେ ଆସି ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର