ଧର୍ମଶାଳା : ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତ କାଏମା (ଲକ୍ଷ୍ମୀସାହି) ଗ୍ରାମର ବ୍ୟବସାୟୀ ଧନେଶ୍ବର ସାହୁଙ୍କ ୩ ବଖରା ଘର ଆଜି ମଧ୍ୟାହ୍ନରେ ଜଳିଯାଇଛି। ରୋଷେଇ ବେଳେ ଚୁଲିରୁ ନିଆଁ ଉଠି ଅଗ୍ନିକାଣ୍ତ ଘଟିଥିବା ଜଣାପଡ଼ିଛି। ଖବର ପାଇ ଚଣ୍ତିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରି ସାରିଥିଲେ।
ଅଗ୍ନିକାଣ୍ତରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଧାନଚାଉଳ, ବାସନକୁସନ, ଲୁଗାପଟା, ଫ୍ୟାନ୍, ଟିଭି, ଫ୍ରିଜ୍, ୨୦ ହଜାର ଟଙ୍କା ସମେତ ବିଭିନ୍ନ ଆସବାବପତ୍ର ଜଳିଯାଇଛି। ଏହି ସମୟରେ ଧନେଶ୍ବରଙ୍କ ପତ୍ନୀ ନୟନା ସାହୁଙ୍କ ଉପରେ ନିଆଁ ପଡ଼ିଯିବାରୁ ସେ ଆହତ ହୋଇଛନ୍ତି । ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଅଗ୍ନିବିପନ୍ନ ଧନେଶ୍ବର ଜଣେ କ୍ଷୁଦ୍ର ବ୍ୟବସାୟୀ ହୋଇଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/WhatsApp-Image-2020-12-19-at-20.36.27.jpeg)