ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ବିଏଡ୍ କଲେଜ କୋଠାରେ ହେବ ଅସ୍ଥାୟୀ କୋଭିଡ୍ ହସପିଟାଲ। ଏହି କୋଭିଡ୍ ହସପିଟାଲରେ କରୋନା ଚିହ୍ନଟ ରୋଗୀଙ୍କୁ ସେବା ଯୋଗାଇବ ଖ୍ରୀଷ୍ଟିୟାନ ହସପିଟାଲ। ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇଥିବା ବେଳେ କୋଭିଡ ହସପିଟାଲ ପରିଚାଳନା ପାଇଁ ଯାହା ଖର୍ଚ୍ଚ ହେବ ସେହି ଖର୍ଚ୍ଚ ତୁଲାଇବ ନାଲକୋ।
/sambad/media/post_attachments/wp-content/uploads/2020/04/naba1-2.jpg)
ଆଜି ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର, ଦାମନଜୋଡିସ୍ଥିତ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଖଣି ଓ ବିଶୋଧନ) ରବିଶଙ୍କର ଦାସ ଏବଂ ଖ୍ରୀଷ୍ଟିୟାନ ହସପିଟାଲର ଅଧୀକ୍ଷକ ଡା.ସନ୍ତୋଷ କୁମାର ନାଗଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ଚୁକ୍ତି ସ୍ୱାକ୍ଷରିତ ସମୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ , ସିଡିଏମଓ ଡା.ସନ୍ତୋଷ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୂତାର, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ, ନାଲକୋର ଏଜିଏମ୍ ରବିନାରାୟଣ ଉପାଧ୍ୟାୟ, ଜିଏମ(ପ୍ରକଳ୍ପ) ସୁଶୀଳ ପାଢ଼ୀ, ଏଜିଏମ୍ ବି.ସି.ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ୩ ଶହ ଶଯ୍ୟା ବିଶିଷ୍ଟ ଏହି ଅସ୍ଥାୟୀ କୋଭିଡ୍ ହସପିଟାଲ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏ ମଧ୍ୟରେ ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଉପକରଣ ବି ସଂଯୋଗ ହୋଇ ସାରିଛି। ଆସନ୍ତା ୧୫ ତାରିଖରୁ ଏହି ହସପିଟାଲ କାର୍ଯ୍ୟକ୍ଷମ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/93bc5c02-1c37-4580-a175-d4b44e23fa14.jpg)