ଘର ଉପରେ ପଡିଲା ଆମ୍ବ ଗଛ, ତିନିଜଣ ଆହତ

ତେନ୍ତୁଳିଖୁଣ୍ଟି: ଗତକାଲି ସନ୍ଧ୍ୟା ସାଢେ ସାତ ଘଣ୍ଟା ସମୟରେ ପ୍ରବଳ ବେଗରେ ପବନ ଓ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ପ୍ରବଳ ବେଗରେ ପବନ ଯୋଗୁଁ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦେୟପାଲି କଲୋନୀରେ ରହୁଥିବା ଦୁଇ ପରିବାରଙ୍କ ଘର ଉପରେ ଆମ୍ବ ଗଛ ପଡ଼ି ଦୁଇଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି | ଏଥିରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଆହତ ହୋଇ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସା ହେବା ପରେ ଘରକୁ ଫେରିଛନ୍ତି | ତେବେ ଆମ୍ବ ଗଛ ପଡିବା ପୂର୍ବରୁ ଅନ୍ୟ ଏକ ପରିବାରର ସମସ୍ତ ସଦସ୍ୟ ଘରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥୁବା ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଛନ୍ତି | ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସାଢେ ସାତଘଣ୍ଟା ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଥିଲା| ଏହି ସମୟରେ ଦେୟପାଲି କଲୋନୀରେ ରହୁଥିବା ପୂର୍ଣ୍ଣ ସଗରିଆ ନିଜ ପତ୍ନୀ ରୀନାଙ୍କ ସମେତ ଦୁଇ ଜଣ ପୁଅ ଝିଅଙ୍କୁ ନେଇ ଭୟରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିଲେ | ପଡିଶା ଘରେ ରହୁଥିବା ହେମନ୍ତ ଭତରା, ପତ୍ନୀ ରତ୍ନା ଏବଂ ତାଙ୍କ ୪ ବର୍ଷର ଝିଅ ତନୁଙ୍କୁ ନେଇ ଘର ଭିତରେ ଆଶ୍ରୟ ନେଇଥିଲେ |

ଏହି ସମୟରେ ଘର ନିକଟରେ ଥିବା ଏକ ବିରାଟ ଆମ୍ବ ଗଛ ହେମନ୍ତ ଓ ପୂର୍ଣ୍ଣଙ୍କ ଘର ଉପରେ ପଡ଼ି ଯାଇଥିଲା | ପୂର୍ଣ୍ଣଙ୍କ ପରିବାର ଗଛ ଉପୁଡିଯିବା ପୂର୍ବରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା କାରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ହେଲେ ହେମନ୍ତଙ୍କ ସମେତ ପତ୍ନୀ ରତ୍ନା ଏବଂ ଚାରି ବର୍ଷର ଝିଅ ତନୁ ଘର ଭିତରେ ହି ଆଶ୍ରୟ ନେଇଥିଲେ | ଗଛ ପଡ଼ିଯିବା କାରଣରୁ ହେମନ୍ତଙ୍କ ସମେତ ପତ୍ନୀ ଓ ଝିଅ ଆହତ ହୋଇ ଘର ଭିତରେ ଚାପି ହୋଇ ରହିଥିଲେ |

ପରେ ସାହି ପଡିଶାଙ୍କ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା | ଗଛ ପଡ଼ି ଦୁଇ ପରିବାରର ଘର ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ ଘର ଭିତରେ ଥିବା ଅନେକ ଜିନିଷ ପତ୍ର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି | ହେଆଜି ସକାଳୁ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଗଛ କାଟି ସଫା କରୁଥୁବା ଜଣାପଡିଛି | ସେହିପରି ବ୍ୟାପକ ପବନ ଯୋଗୁଁ ତେନ୍ତୁଳିଖୁଣ୍ଟି – ବିଜପଦାର ରାସ୍ତାରେ ଥୁବା ଚାରୋଟି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥବା ସହକାରୀ ନିର୍ବାହୀ ଯନ୍ତ୍ରୀ ଦିନେଶ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି |

ସମ୍ବନ୍ଧିତ ଖବର