ଅଟୋ ଓଲଟି ୩ ଗୁରୁତର

କୋକସରା: କଳାହାଣ୍ଡି ଜିଲ୍ଲା କାଉଡୋଳା-ଲଡୁଗାଁ ରାସ୍ତାର କୁସୁମଖୁଣ୍ଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି | ଅଟୋରେ ଥିବା ୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ ଏକ ଦଶାହ କାର୍ଯ୍ୟରେ ଜୟପାଟଣା ବ୍ଲକ ଧନସୁଲି ଗ୍ରାମକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି | ଅଟୋ ଓଲଟିବା ପରେ କିଛି ସ୍ଥାନୀୟ ଯୁବକ ଆହତମାନଙ୍କୁ ଉଦ୍ଧାର କରି କୋକସରା ଓ ଆମପାଣି ପୁଲିସ, ଦମକଳ ବାହିନୀଙ୍କୁ ଖବର ଦେଇଥିଲେ | ୩ ଗୁରୁତରଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

ଗୁରୁତରମାନେ କୋକସରା ବ୍ଲକ ଚୋରନିଦୁଆର, ଧୋବେନପଡା ଓ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଗ୍ରାମର ବୋଲି ଜଣାପଡିଛି। ଅନ୍ୟମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଆମପାଣି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଜଣେ ଗୁରୁତର ଶତ୍ରୁଘନ ପାଳ ପୁରିଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର