ଭୁବନେଶ୍ବର: ଆଉ ମାତ୍ର ୫ ଦିନ ପରେ ପିପିଲି ଉପନିର୍ବାଚନ। ଏହି ନିର୍ବାଚନ ପାଇଁ ଏବେ ରାଜନୈତିକ ଦଳମାନେ ଜୋରଦାର୍‌ ପ୍ରଚାର କରୁଛନ୍ତି। ତେବେ ଏହି ପ୍ରଚାର ସମୟରେ ଆଜି ହିଂସାକାଣ୍ଡ ଦେଖାଯାଇଛି । ଉପନିର୍ବାଚନକୁ ନେଇ ପିପିଲି ରାଜନୀତି ସରଗରମ ରହିଥିବାବେଳେ ଆଜି ଡେଲାଙ୍ଗରେ ଦୁଇ ଗୋଷ୍ଠୀର କିଛି ଲୋକ ମୁହାଁମୁହିଁ ହୋଇଛନ୍ତି । ଫଳରେ ସ୍ଥାନୀୟ ଅଂଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି ।

Advertisment

ଜେନାପୁର ବ୍ରାହ୍ଣଣବାଡ ଅଂଚଳରେ ଦୁଇ ଗୋଷ୍ଠୀଙ୍କ ଭିତରେ ମଧ୍ୟରେ ଧସ୍ତାଧସ୍ତି ହୋଇଛି, ଯେଉଁଥିରେ ୩ ଜଣ ଆହତ ହେବାପରେ ସେମାନଙ୍କୁ ନିକଟସ୍ଥ ଡେଲାଙ୍ଗ ମେଡିକାଲରେ ଭର୍ତ୍ତି କରାଯିବା ସହିତ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ସେହି ଅଂଚଳରେ ଏବେ ଡେଲାଙ୍ଗ ଓ ପିପିଲି ପୋଲିସ ପହଞ୍ଚି ତଦନ୍ତ ଅଭିଯାନ ଆରମ୍ଭ କରିଛି । ତେବେ ହିଂସାର ପ୍ରତିବାଦରେ ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାକୁ କିଛି ସମର୍ଥକ ଅବରୋଧ କରିଥିବା ଖବର ମିଳିଛି ।