ବଜ୍ରାଘାତରେ ୩ ଆହତ 

ତେନ୍ତୁଳିଖୁଣ୍ଟି : ମଙ୍ଗଳବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପଠାନଗୁଡା ଛକ ନିକଟରେ ବଜ୍ରାଘାତ ହେବା ଫଳରେ ତିନିଜଣ ଆହତ ହୋଇଛନ୍ତି ! ସମସ୍ତ ଆହତକୁ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ! ଆହତ ମାନେ ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମର ବୃବ୍ଦାବନ କର୍କରା (୪୨) ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରି ଗ୍ରାମର ପ୍ରଦୀପ କୁମାର ବିଷୋୟୀ (୪୦) ଏବଂ ହିର୍ଲିଆଗୁଡା ଗ୍ରାମର କୃପାସିନ୍ଧୁ ହରିଜନ (୬୦)ବୋଲି ଜଣାପଡିଛି !

ସୂଚନା ଅନୁଯାୟୀ ଆଜି ଅପରାହ୍ନ ସାଡେ ୪ ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବରେ ବର୍ଷା,ପବନ ସହ ଘଡଘଡି ଆରମ୍ଭ ହୋଇଥିଲା ! ଏହି ସମୟରେ ପଠାନଗୁଡା ଛକ ନିକଟରେ ଥିବା ଏକ ବିଶ୍ରାମଗୁହ ଭିତରେ ଆହତ ତିନିଜଣ ଙ୍କ ସମେତ ଅନେକ ଲୋକ ଆଶ୍ରୟ ନେଇଥିଲେ ! ତେବେ ବିଶ୍ରାମଗୃହ ନିକଟରେ ଥୁବା ଏକ ବିରାଟ ଚାକୁଣ୍ଡା ଗଛ ଉପରେ ବଜ୍ରାଘାତ ହେବା ଫଳରେ ଗଛଟି ସମ୍ପୂର୍ଣ ଧରାଶାୟୀ ହୋଇଥୁଲା ଏବଂ ବିଶ୍ରାମ ଗୃହ ମଧ୍ୟରେ ଆଶ୍ରୟ ନେଇଥୁବା ବୃନ୍ଦାବନ, କୃପାସିନ୍ଧୁ ଓ ପ୍ରଦୀପଙ୍କୁ ବିଜୁଳି ଝଟକା ରେ ଆହତ ହୋଇ ତଳେ ପଡ଼ି ଯାଇଥିଲେ ! ସଂଗେ ସଂଗେ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ରେ ଭର୍ତି କରି ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଥିଲା ! ତେବେ ପୂଜାରୀଗୁଡା ଗ୍ରାମର ପ୍ରଦୀପ କର୍କରା ଏବଂ ହିର୍ଲିଆ ଗୁଡା ଗ୍ରାମର କୃପାସିନ୍ଧୁ ହରିଜନଙ୍କ ସ୍ୱାସ୍ଥ୍ୟ ବସ୍ତା ସଙ୍କଟାପନ୍ନ ଥିବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥୁବା ଚିକିତ୍ସା କରୁଥୁବା ଡାକ୍ତର ପ୍ରସନ୍ନଜିତ ମହାନ୍ତି ପ୍ରକାଶ କରିଛନ୍ତି !

ସମ୍ବନ୍ଧିତ ଖବର