ବଉଳଗାଁରେ ବିଦେଶୀ ମଦ ଦୋକାନରୁ ୩ଲକ୍ଷରୁ ଉର୍ଦ୍ଧ୍ୱ ଲୁଟ୍

ଛତ୍ରପୁର: ଛତ୍ରପୁର ଥାନା ଅନ୍ତର୍ଗତ ବଉଳଗାଁରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରୁ ଦୁର୍ବୃତ୍ତମାନେ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି।

ସୂଚନା ଅନୁଯାୟୀ; ଗତ ତିନି ଦିନ ଧରି ଅର୍ଥାତ ୧୯, ୨୦ ଓ ୨୧ ତାରିଖରେ ବିଦେଶୀ ମଦ ଦୋକାନରେ ବିକ୍ରି ହୋଇଥିବା ମଦରୁ ଯେଉଁ ରୋଜଗାର ହୋଇଥିବା ସେହି ଟଙ୍କା ବାକ୍ସରେ ରହିଥିଲା। ଗତକାଲି ରାତିରେ ଦୁର୍ବୃତ୍ତମାନେ ଦୋକାନର ତାଜା ପଟରୁ ପଶି ଉକ୍ତ ଟାଙ୍କା ବାକ୍ସରୁ ପାଖାପାଖି ୩ ଲକ୍ଷ ୨୧ ହଜାର ୭୨୦ ଟଙ୍କାକୁ ଚୋରି କରି ନେଇଥିବା ସହ ଜିନିଷପତ୍ର ଫୋଫାଡି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଆଜି ସକାଳୁ ବିଦେଶୀ ଦୋକାନର କର୍ମଚାରୀମାନେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଏପରି ଘଟଣା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଛତ୍ରପୁର ଥାନାକୁ ସୂଚନା ଦେଇଥିଲେ ।

ସୂଚନା ପାଇ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରିଛନ୍ତି।

ସମ୍ବନ୍ଧିତ ଖବର