୨ ମହିଳା ସମେତ ୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଆଜି ଦୁଇ ମହିଳା ସମେତ ତିନି ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଆରପିଏଫର ଅତିରିକ୍ତ ପୁଲିସ ମହାନିରୀକ୍ଷକ ବିନୟ କୁମାର ସିଂ,ଏସପି ସିଦ୍ଧାର୍ଥ ତିଵାରୀ,ସିଆରପିଏଫ କମାଣ୍ଡାଣ୍ଟ ଅମ୍ବରେଶ କୁମାର ଓ ଧର୍ମେନ୍ଦ୍ର କୁମାର,ଅତିରିକ୍ତ ଏସପି ରାଜେନ୍ଦ୍ର ଜୟସଵାଲ,କମାଣ୍ଡାଣ୍ଟ ଅମିତ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ବାମନ ରାମ ମାଣ୍ଡବି ଅରଫ ତିର୍ରି(୩୯),ଯୋଗୀ କୁଲମୁମୀ(୧୯) ଏବଂ ଭୀମେ କୁଞ୍ଜାମ(୨୫)।ମାଓ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପରେ ଏମାନଙ୍କୁ ପ୍ରଶାସନ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ କହିଛି।ସଂଗଠନରେ ଲାଗି ରହିଥିବା ଭେଦଭାବ,ପୁଲିସ ତରଫରୁ ଘନ ଘନ ଚଢାଉ ଯୋଗୁଁ ନକ୍ସଲ ଏବେ ଦୁର୍ବଳ ହେବାକୁ ଲାଗିଛନ୍ତି।ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବେ ବୋଲି ଏମାନେ କହିଛନ୍ତି।ପୁଲିସ ତରଫରୁ ୧୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର