୨୨ତମ ରାଜ୍ୟ ତୀରନ୍ଦାଜ ଚାମ୍ପିଅନ୍‌ସିପ୍‌; ଶେଷ ଦିନରେ କଳାହାଣ୍ଡି ଜିଲ୍ଲାକୁ ୩ ପଦକ 

ଭବାନୀପାଟଣା: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ୨୨ତମ ରାଜ୍ୟ ତୀରନ୍ଦାଜ ଚାମ୍ପିଅନ୍‌ସିପ୍‌ ପ୍ରତିଯୋଗିତାର ଆଜି ଶେଷ ଦିନରେ କଳାହାଣ୍ଡି ଜିଲ୍ଲାକୁ ୩ଟି ପଦକ ମିଳିଛି।

ସିନିଅର ବିଭାଗର ୫୦ ଓ ୩୦ ମିଟର ତୀରନ୍ଦାଜ ପ୍ରତିଯୋଗିତାରେ ସୀମାଞ୍ଚଳ କାଡ୍ରାକା ରୌପ୍ୟ ପଦକ ହାସଲ କରିଛନ୍ତି। ସବ୍‌ଜୁନିଅର ବିଭାଗର ୩୦ ଓ ୨୦ ମିଟର ଦୂରତା ତୀରନ୍ଦାଜ ପ୍ରତିଯୋଗିତାରେ ନିଥାନିଆଲ ମଲ୍ଲିକ ପୁଣିଥରେ ରୌପ୍ୟ ପଦକ ଜିତିଥିବା ବେଳେ ରତ୍ନା ମାଝୀ ୩୦ ଓ ୨୦ ମିଟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଛନ୍ତି।

କଳାହାଣ୍ଡି ଜିଲ୍ଲାକୁ ଆଗରୁ ୩ଟି ପଦକ ମିଳିସାରିଥିବା ବେଳେ ଆଜି ୩ଟି ପଦକ ମିଳିବା ନେଇ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

ସମ୍ବନ୍ଧିତ ଖବର