ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଯବାନମାନେ ଝାରବାହି ଏବଂ କଚ୍ଚାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ବାହାରିଥିଲେ। ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ୩ ଜଣ ନକ୍ସଲ ପୁଲିସକୁ ଦେଖି ଲୁଚି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ତୁରନ୍ତ ପୁଲିସ ସେହି ଅଂଚଳକୁ ଘେରି ତିନି ଜଣ ନକ୍ସଲଙ୍କୁ ଗିରଫ କରିଥିଲା ।
ଏମାନେ ହେଲେ ସମାରୁ ରାମ(୨୨),ସୁକୁ ଉଡତୋ(୨୮) ଏବଂ ସୋନୁରାମ (୪୫)। ଏମାନଙ୍କୁ ଧରି ପୁଲିସ ପଚରାଉଚରା କରିବା ପରେ ଏମାନେ ନକ୍ସଲ ସଂଗଠନ ପାଇଁ କାମ କରୁଥିବା ସ୍ବୀକାର କରିଥିଲେ। ଏମାନେ ପଟଲୁପାରା କଚ୍ଚାପାଲ ନିକଟରେ ପୁଲିସକୁ ଟାର୍ଗେଟ କରି ୫ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିବା ସ୍ବୀକାର କରିଥିଲେ।
ଯେଉଁ ବିସ୍ଫୋରଣରେ ୨ ଜଣ ଡିଆରଜି ଯବାନ ଆହତ ହୋଇଥିଲେ। ଏମାନଙ୍କ ଠାରୁ ବହୁ ବିସ୍ଫୋରକ ଜବତ କରାଯାଇଛି, ଯାହାକୁ ସେମାନେ ଲୁଚାଇ ରଖିଥିଲେ। ପୁଲିସ ଗିରଫ ନକ୍ସଲଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇବ ବୋଲି ଆଶା ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Mkg-3-naxal-arrested-2.jpg)