୩ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେବାଡ଼ା ଜିଲ୍ଲା ପୁଲିସ ନିକଟରେ ତିନି ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ପୁଲିସର ନକ୍ସଲଙ୍କୁ ଘରକୁ ଫେରିଆସ ଅଭିଯାନ ମାଧ୍ୟମରେ ଆଜି ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ତିନି ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଦେବ ମୁଚାକି,ଗଙ୍ଗା ଅରଫ ଭାସ୍କର ବଘେଲ ଏବଂ ରାତ୍ତୁ ଅରଫ ରାଜୁ ବଘେଲ।ଏମାନଙ୍କ ନାମରେ ପୁଲିସ ନିକଟରେ ବହୁ କେଶ ରହିଥିବା କାହାଯାଇଛି।ତେବେ ମାଓ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯଉନଥିବା ବେଳେ ଭେଦଭାବ ବଢିଯାଇଛି।ଦେବା ମୁଚାକି ନାମରେ ସରକାର ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।ପୁଲିସ ତଫରରୁ ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର