ରାଉରକେଲା: ସୁପ୍ରତିଷ୍ଠିତ ‘ଟାଟା କମ୍ପାନି’ର ଅଂଶବିଶେଷ ‘ତନୈରା’ର ଆଜି ରାଉରକେଲା ପ୍ରବେଶ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଡେଲିମାର୍କେଟ୍ରେ ‘ତନୈରା’ର ନୂଆ ଷ୍ଟୋର୍ ଉନ୍ମୋଚିତ ହୋଇଛି। ଏଠାରେ ବିଭିନ୍ନ ମୂଲ୍ୟର ତଥା ଅତ୍ୟାଧୁନିକ ଡିଜାଇନ୍ର ଶାଢ଼ୀ, ବ୍ଲାଉଜ୍, କୁର୍ତ୍ତାସେଟ୍ ଉପଲବ୍ଧ। ବିଶେଷକରି ସଂପୂର୍ଣ୍ଣ ରେଶମ ଓ କଟନ୍ରେ ତିଆରି ଶାଢ଼ୀ, ଯଥା-ଇକତ, ସମ୍ବଲପୁରୀ, ଟସର, ବନାରଶୀ, କାଞ୍ଜିବରମ, ସାଉଥ୍ ସିଲ୍କ, ଜାମଦାନୀ, ଭେଗାନ କଲେକ୍ସନ, ଚାନ୍ଦେରୀ, ମାହଶ୍ବେରୀ ଆଦି ଷ୍ଟୋର୍ରେ ରହିଛି। ଶୁଭାରମ୍ଭ ଉପଲକ୍ଷେ କମ୍ପାନି ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ପ୍ରତ୍ୟେକ କ୍ରୟ ଉପରେ ସ୍ବର୍ଣ୍ଣ ମୁଦ୍ରା ଓ ଅନ୍ୟାନ୍ୟ ମନଲୋଭା ପୁରସ୍କାର ରଖାଯାଇଛି। ଏହି ଷ୍ଟୋର୍କୁ ଶୁଭାରମ୍ଭକରି କମ୍ପାନିର ସିଇଓ ଅମ୍ବୁଜ ନାରାୟଣ କହିଲେ, ଓଡ଼ିଶାର ଚତୁର୍ଥ ତଥା ରାଉରକେଲାରେ ପ୍ରଥମ ଷ୍ଟୋର୍ର ଶୁଭାରମ୍ଭ ହୋଇଯାଇଛି।
ରାଉରକେଲାରେ ହସ୍ତତନ୍ତ, ହସ୍ତଶିଳ୍ପର ବେଶ୍ ଗୁରୁତ୍ବ ରହିଛି। ତନୈରା ଷ୍ଟୋର୍ରେ ଉପଲବ୍ଧ ଉତ୍କୃଷ୍ଟମାନର ଉତ୍ପାଦ, ଯଥା ଶାଢ଼ୀ, ବ୍ଲାଉଜ୍, କୁର୍ତ୍ତାସେଟ୍ରର ଚାହିଦା ଦେଶବ୍ୟାପୀ ବଢ଼ିବାରେ ଲାଗିଛି। ଭାରତୀୟ କାରିଗରଙ୍କ ହାତବୁଣା ସାମଗ୍ରୀ ସୁଲଭ ମୂଲ୍ୟରେ ଆମେ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। ଏହି ଭରସାଯୋଗ୍ୟ ବ୍ରାଣ୍ଡ୍ ‘ତନୈରା’ର ଷ୍ଟୋର୍ ମଧ୍ୟ ଏକ ମନଲୋଭା ସପିଂ ଅଭିଜ୍ଞତା ପ୍ରଦାନ କରିବାକୁ ଡିଜାଇନ୍ ହୋଇଛି।
୨୦୧୭ ମସିହାରେ ଜନ୍ମଲାଭ କରିଥିବା ଏହି ବ୍ରାଣ୍ଡ୍ ଏବେ ୩୮ଟି ସହରରେ ନିଜର ଉପସ୍ଥିତି ଜାହିର କରିବାସହ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି। କମ୍ପାନିର ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ବୁଣାକାରଙ୍କୁ ଅତ୍ୟାଧୁନିକ ହସ୍ତତନ୍ତ ପ୍ରଶିକ୍ଷଣ ଦେବାକୁ ‘ୱିଭର୍ଶାଳା’ ଯୋଜନା ଆରମ୍ଭ କରିଛି। ଏହି ଷ୍ଟୋର୍ରେ ସ୍ବତନ୍ତ୍ର ୱେଡିଂ ଜୋନ୍ ମଧ୍ୟ ରହିଛି। ଏଠାରେ ବିବାହ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ପୋଷାକ ମହଜୁଦ ଥିବା ସିଇଓ କହିଛନ୍ତି। ଏହାର ଶୁଭାରମ୍ଭବେଳେ ବ୍ୟବସାୟ ମୁଖ୍ୟ ଅନିର୍ବାନ ବାନାର୍ଜୀ, ବିଜିନେସ ମ୍ୟାନେଜର(ରିଟେଲ୍) ନୀତିଶ ଘୋଷ, ବିଜିନେସ୍ ଆସୋସିଏଟ୍ ପ୍ରତୀକ ଜେନା ପ୍ରମୁଖ ଉପସ୍ଥିତ ଥିଲେ।