ପିକନିକ ହେଲା କାଳ : ଜାମସେରା ଘାଟରେ ବୁଡି ଦୁଇ ଛାତ୍ର ମୃତ, ଅନ୍ୟ ଜଣେ ନିଖୋଜ

ରାଉରକେଲା : ବିଶ୍ରା ଜାମସେରା ଘାଟ କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି l ଅନ୍ୟ ଜଣେ ନିଖୋଜ ଅଛନ୍ତିl ମୃତକ ଦୁଇ ଛାତ୍ର ହେଲେ ସେକ୍ଟର -୧୮ର ଭୁବେଶ ପ୍ରସାଦ (୧୭), ଛେଣ୍ଡ କଲୋନିର ସୁଜନ ଶର୍ମା (୧୭)I ନିଖୋଜ ଛାତ୍ର ହେଲେ ସେକ୍ଟର -୫ର କୌଶିକ ମଲିକ (୧୬)I ସମସ୍ତ ଛାତ୍ର ସେକ୍ଟର -୫ର ଦୀପିକା ଇଂରାଜୀ ସ୍କୁଲର ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି l


ବନ୍ଧମୁଣ୍ଡା ପୁଲିସ ମୃତ ଦୁଇ ଛାତ୍ରଙ୍କ ଶବ ଜବତ କରିଛି l ନିଖୋଜ ଛାତ୍ର କୌଶିକକୁ ଠାବ କରିବାକୁ ଅଗ୍ନିଶମ ଉଦ୍ଧାର କାମ ଜାରି ରଖିଛନ୍ତି l
ମିଳିଥିବା ସୂଚନା ମୁତାବକ ଦୀପିକା ସ୍କୁଲର ନଅରୁ ଅଧିକ ଛାତ୍ର ଜଣେ ସହପାଠୀଙ୍କ ଘରେ ବଣଭୋଜି କରିବାକୁ ଘରେ କହି ବାହାରି ଯାଇଥିଲେ l ସମସ୍ତେ ଅପରାହ୍ନ ପ୍ରାୟ ସାଢେ ୧୨ଟାରେ ଜାମସେରା ଘାଟରେ ପହଞ୍ଚି ଥିଲେ l ନଦୀ ପାଣିରେ ପଶି ପାଣି ବୋତଲ ଫିଙ୍ଗାଫିଙ୍ଗି ହେଉଥିଲେ l ଜଣେ ସାଙ୍ଗ ପାଣି ବୋତଲକୁ ନଦୀ ଭିତରକୁ ଫିଙ୍ଗି ଦେଇଥିଲେ l ପାଣି ବୋତଲ ଆଣିବାକୁ ଜଣେ ପରେ ଜଣେ ଚାରି ସାଙ୍ଗ ନଦୀ ଭିତରକୁ ପଶି ବୁଡି ଯାଇଥିଲେ l ସ୍ଥାନୀୟ କେର୍କେଟା ଗାଁ ଲୋକମାନେ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l ଅନ୍ୟ ତିନି ସାଙ୍ଗ ନିଖୋଜ ହୋଇଯାଇଥିଲେ l

ସମ୍ବନ୍ଧିତ ଖବର