ଅନୁଗୁଳ: ବୁଧବାର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନିକଟରେ ଥିବା ଏଟିିଏମ ପାଖରେ ତିନିଜଣ ଯୁବକ କେତେଜଣ କଲେଜ ଛାତ୍ରୀଙ୍କୁ କେମେଣ୍ଟ ମାରିବା ମହଙ୍ଗା ପଡ଼ିଛି।

Advertisment

publive-image

ସୂଚନାଯୋଗ୍ୟ, ତିନିଜଣ ଛାତ୍ରୀ ଆଜି ଛେଣ୍ଡିପଦା ଥାନା ନିକଟରେ ଥିବା ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆସିଥିଲେ। ଟଙ୍କା ଉଠାଇ ଫେରୁଥିବା ବେଳେ ତିନିଜଣ ଯୁବକ ଏକ ପଲସର ବାଇକରେ ଆସି ତାଙ୍କୁ କମେଣ୍ଟ ମାରିବା ସହିତ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଏହାପରେ ଛାତ୍ରୀମାନେ ଏହି ଯୁବକଙ୍କ ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ବ୍ୟାଙ୍କ କର୍ମଚାରୀଙ୍କୁ କହିଥିଲେ। ଏହାପରେ ବ୍ୟାଙ୍କ କର୍ମଚାରୀ ତିନିଜଣ ଯୁବକଙ୍କୁ ତାଗିଦ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ସହ ସ୍ଥାନୀୟ ଲୋକ ଏକାଠି ହୋଇ ତିନିଜଣ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତିନିଜଣ ଯୁବକଙ୍କୁ ଲୋକମାନଙ୍କ ମାଡରୁ ଉଦ୍ଧାର କରି ଅଟକ ରଖି ତଦନ୍ତ ଚଳାଇଛି ।