ଆନନ୍ଦପୁର: ଆନନ୍ଦପୁର ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦାୟିତ୍ବରେ ଥିବା ତିନିଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆନନ୍ଦପୁର ଥାନାର ଜଣେ ଏଏସ୍ଆଇ ଓ ଦୁଇଜଣ କନେଷ୍ଟବଳଙ୍କୁ କେନ୍ଦୁଝର ଏସ୍‌ପି ଅନ୍ୟତ୍ର ବଦଳି କରିଛନ୍ତି।

Advertisment

ଏଏସ୍ଆଇ ଅନୁପ ଲାଗୁନଙ୍କୁ ଘଟଗାଁ ଥାନା, କନେଷ୍ଟବଳ ମୀନାକ୍ଷୀ ମଲିକଙ୍କୁ ତୁରୁମୁଙ୍ଗ‌ା ଓ ବ୍ରଜକିଶୋର ନାୟକଙ୍କୁ ତେଲକୋଇ ଥାନାକୁ ବଦଳି କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ସକାଳେ ଆନନ୍ଦପୁର ଥାନାରେ ଅଟକ ଥିବା ଅଭିଯୁକ୍ତ ଫକୀରପୁରର ଅମର ସାହୁ ଚମ୍ପଟ ମାରିଥିଲା। ଦିନ ୧୧ଟାବେଳେ ପୁଲିସ ତାକୁ ପୁଣି ଗିରଫ କରିଥିଲା।