ମାଲକାନଗିରି: ମିନିଟ୍ରକ୍‌ରୁ ୩ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି: ଗତକାଲି ମାଲକାନଗିରି  ଜିଲ୍ଲା ଓରକେଲା ଥାନା ପୁଲିସ ପକ୍ଷରୁ ସନ୍ଧ୍ୟା ୭ଟା ବେଳେ  ନୂଆଗଡ଼ ଗ୍ରାମ ନିକଟରେ ପେଟ୍ରୋଲିଂ କରାଯାଉଥିବା ବେଳେ ଏକ ମିନି ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କାରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ,  ଗତକାଲି ସନ୍ଧ୍ୟାରେ ଦୃତଗତିରେ ଚିତ୍ରକୋଣ୍ଡା ଆଡୁ ଆସୁଥିବା  ଓଆର୦୨ ଜି ୬୫୨୩ ନମ୍ବର ବିଶିଷ୍ଟ ମିନିଟ୍ରକକୁ ପୂୁଲିସ ଅଟକାଇବାକୁ ଚେଷ୍ଟା କରିବାରୁ ଡ୍ରାଇଭର ଦୃତଗତିରେ ଗାଡ଼ି ନେଇ ପଳାଇଯିବାକୁ ଚେଷ୍ଟା କରିଥିଲା। ତେବେ ପୁଲିସ ଏହାକୁ ଗୋଡ଼ାଇ ଧରିବା ସହିତ ଏହା ଭିତରୁ ୩ କ୍ୟୁଣ୍ଟାଲ ୧୫ କେଜି ୯ଶହ ଗ୍ରାମର ଗଞ୍ଜେଇ ଜବତ କରିଥିଲା। ସୂଚନା ଯୋଗ୍ୟ ଯେ ଗତ ୭ ତାରିଖ ରାତିରେ ମଧ୍ୟ ପୁଲିସ ୧ଏକ ହାଇଓ୍ଵା ଟ୍ରକ୍‌ରୁ ୧୦ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିିଲେ।

ସମ୍ବନ୍ଧିତ ଖବର