କଟକ: ଗ୍ୟାସ ସିଲିଣ୍ଡର ଫାଟି ୩ ଗୁରୁତର

କଟକ: କଟକ ଜିଲ୍ଲା ବାଙ୍କି ଥାନା ଅନପ୍ତର୍ଗତ ବସାଣିଆ ଗାଁରେ ଏଲପିଜି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ପରିବାରର ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗ୍ରାମର ବାବୁଲି କରଙ୍କ ପତ୍ନୀ ସରସ୍ୱତୀ କର ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ଚାରିଆଡକୁ ନିଆଁ ମାଡ଼ି ଯାଇଥିଲା। ଏଥିରେ ସରସ୍ୱତୀ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଶ୍ରୀ କର ଓ ତାଙ୍କ ପୁଅ ମଧ୍ୟ ଆହତ ହୋଇଛନ୍ତି। ସରସ୍ୱତୀଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର