କଟକ: ପ୍ରବଳ ବର୍ଷାରେ ମାଟି ଅତଡ଼ା ଧସି ଦବି ଗଲା ଘର, ୩ ଗୁରୁତର

କଟକ: ତିତିଲି ପ୍ରଭାବରେ ସମଗ୍ର ରାଜ୍ୟରେ ଆରମ୍ଭ ହୋଇ ଯାଇଛି ପ୍ରବଳ ବର୍ଷା। ବିଶେଷ କରି ଉପକୂଳ ଅଞ୍ଚଳରେ ପ୍ରବଳରୁ ପ୍ରବଳତ୍ତର ବର୍ଷା ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଆଜି ଭୋର ଭୋରରୁ କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ହାଟମାଳ ପଞ୍ଚାୟତର  ବିଷ୍ଣୁପୁର ଗାଁରେ ମାଟି ଅତଡ଼ା ଖସି ଗୋଟିଏ ଘର ଦବି ଯିବାରୁ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବର୍ଷା ଓ ମାଟି ଧସିଯିବାର ବିପଦ ସତ୍ତ୍ୱେ ସ୍ଥାାନୀୟ ଲୋକେ ସେମାନଙ୍କୁ ମାଟି ତଳୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  ବିଷ୍ଣୁପୁର ଗାଁର  କୁନା ସ୍ୱାଇଁ, ତାଙ୍କ ସ୍ତ୍ରୀ ଅଞ୍ଜନା ସ୍ୱାଇଁ ଓ ପୁଅ କୃଷ୍ଣ ସ୍ୱାଇଁ ଗତକାଲି ରାତିରେ ଘରେ ଖାଇ ପିଇ ଶୋଇଥିଳେ। ତେବେ ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ମୂଷଳ ଧାରା ବର୍ଷାରେ ପାହାଡ଼ ପାଖ ଏହି ଗାଁର ମାଟି ଅତଡ଼ା ଖସିବାରୁ  ଶ୍ରୀ ସ୍ୱାଇଁଙ୍କ ଘରର ଚଟାଣ ମାଟି ତଳକୁ ଦବି ଯାଇଥିଲା। ଫଳରେ ଶ୍ରୀ ସ୍ୱାଇଁ , ତାଙ୍କ ପତ୍ନୀ ଅଞ୍ଜନା ଓ  ପୁଅ କୃଷ୍ଣ  ମାଟି ତଳେ ଦବି ଯାଇଥିଲେ। ଖବର ପାଇ ପାଖ ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର