ଶୋଇବା ଘରୁ ତିନିଟି କୋଲଥିଆ ତମ୍ପ ସାପ ଉଦ୍ଧାର: ଭିଡିଓ ଦେଖନ୍ତୁ

ପୁରୀ: ସତ୍ୟବାଦୀ ନିକଟସ୍ଥ ନୂଆ ସମଶେରପୁର୍ ପଞ୍ଚାୟତ ବନମାଳୀ ଢ଼ିପ ଗ୍ରାମର ଜଣେ ନିବାସୀଙ୍କ ଶୋଇବା ଘରୁ ତିନିଗୋଟି କୋଲଥିଆ ତମ୍ପ ସାପ ଉଦ୍ଧାର ହୋଇଛି। ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳି ଯାଇଛି।

ସୂଚନାଯୋଗ୍ୟ, ବ୍ରଜବନ୍ଧୁ ମଲ୍ଲିକ ଶୋଇବା ଘରେ ତିନିଟି ସାପ ଥିବା ଦେଖି ଭୟଭୀତ ହୋଇ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। ଖବର ପାଇ ସଂଗ୍ରାମ କେଶରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନେକ ଚେଷ୍ଟାପ‌ରେ ତିନିଟି ସାପକୁ ଉଦ୍ଧାର କରାଯାଇଥିଲା।

ଏହି ସାପ କୋଲଥିଆ ତମ୍ପ ବୋଲି କୁହାଯାଉଛି। ଉଦ୍ଧାର ହୋଇଥିବା ସାପ ମଧ୍ୟରୁ ଦୁଇଟି ଅଣ୍ଡିରା ଓ ଅନ୍ୟଟି ମାଇ ରହିଛି । ପ୍ରତ୍ୟେକଙ୍କ ଲମ୍ବ ୫.୫ ଫୁଟ ରୁ ଊର୍ଦ୍ଧ ଥିଲା। ଏହିପରି ଆଜି ଦିନ ଭିତରେ ପୁରୀର ଆଖପାଖ ଅଞ୍ଚଳରୁ ୧୨ ଗୋଟି ସାପ ଉଦ୍ଧାର ହୋଇଛି। ସେଥିମଧ୍ୟରୁ ୯ ଗୋଟି ନାଗ ସାପ ରହିଛି।  ଉଦ୍ଧାର ହୋଇଥିବା ସମସ୍ତ ସାପକୁ ସୁରକ୍ଷିତ ଭାବେ ଉଚିତ୍ ସ୍ଥାନରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର