ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ୩ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ଅନ୍ତର୍ଗତ ଆସୁର ଥାନା ଅଂଚଳରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ୩ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଜିଲ୍ଲା ପୁଲିସ ସମେତ ୨୨୯ ଓ ୧୯୬ ସିଆରପିଏଫ ବାଟାଲିୟନର ଯବାନ ପ୍ରତିଦିନ ଭଳି ଗଲଗମ ଏବଂ ନଡପଲ୍ଲୀ ଜଂଗଲରେ କମ୍ବିଂ କରୁଥିଲେ। ଜଂଗଲରେ ତିନି ଜଣ ସଂଦିଗ୍ଧଙ୍କୁ ଧରି ପଚରାଉଚରା କରିବା ପରେ ସେମାନଙ୍କ ଠାରୁ ଟିଫିନ ବୋମା, ଟିଟୋନେଟର, ବ୍ୟାଟେଲି, ବାଣ, ନକ୍ସଲ ପୁସ୍ତକ ଇତ୍ୟାଦି ଜବତ କରାଯାଇଛି।

ଗିରଫ ହୋଇଥିବା ନକ୍ସଲମାନେ ହେଲେ ଭୀମା ଗଟପାଲୀ(୨୫), ମାଡବୀ ମୋଟୁ(୩୫) ଏବଂ ସୋନୁ ଅବଲମ(୩୧)। ପୁଲିସ ଏମାନଙ୍କୁ ଧରି ପଚରାଉଚରା କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିଥିବା ଜଣାପଡିଛି। ନକ୍ସଲ ଦମନରେ ଏହି ତଥ୍ୟ ବହୁ ସାହାଯ୍ୟ କରିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର