ବାଣିଜ୍ୟକର ଫାଙ୍କି ଧରା ପଡ଼ିଲା ତିନୋଟି ସ୍କ୍ରାପ ବୋଝେଇ ଟ୍ରକ: ୧୫ଲକ୍ଷ ୬୫ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ

ଜୟପୁର: ବାଣିଜ୍ୟ କର (ଜିଏସଟି) ଫାଙ୍କି ଯାଉଥିବା ୩ଟି ସ୍କ୍ରାପ ବୋଝେଇ ଟ୍ରକ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ହାତରେ ଧରା ପଡ଼ି ୧୫ଲକ୍ଷ ୬୫ହଜାର ୫୪୫ଟଙ୍କାର ଜୋରିମାନା ଜମା କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ବିଶାଖାଟଣାରୁ ଭିଲାଇ ୨୪ହଜାର ୯୨୦କୁଇଣ୍ଟାଲ ଲୁହା ସ୍କ୍ରାପ ଯାଉଥିବା ଟ୍ରକ ନଂ ଏପି୩୫ଏକ୍ସ ୯୫୦୫, ସେମଳିଗୁଡାରୁ ରାୟପୁର ଯାଉଥିବା ଓଡି୧୦ଡି ୯୩୩୨ରେ ୨୫ହଜାର ୭୮୦କୁଇଣ୍ଟାଲ ଓ ଓଡି ୧୦ଜେ ୨୩୩୯ରେ ୨୭ହଜାର ୬୬୦କୁଇଣ୍ଟାଲ ଲୁହା ସ୍କ୍ରାପ ନେଉଥିବା ବେଳେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ହାତରେ ଧରା ପଡିଥିଲେ।

ନେଉଥିବା ଏହି ଲୁହା ସ୍କ୍ରାପର ଜିଏସଟି ସଂପର୍କୀତ କିଛି କାଗଜପତ୍ର ଦେଖାଇ ପାରି ନଥିଲେ। ଗତ ୨୯ତାରିଖରୁ ଏହି ତିନୋଟି ଟ୍ରକକୁ ରଖାଯାଇଥିବା ବେଳେ ଏବେ ତିନୋଟି ଯାକ ଟ୍ରକ ପକ୍ଷରୁ ଜୋରିମାନା ବାନ୍ଧିବା ପରେ ଛଡାଯାଇଥିବା କହିଛନ୍ତି ଜିଏସଟି ଡେପୁଟି କମିଶନର ପିସି ଦେଓତା।

ଏପି୩୫ଏକ୍ସ ୯୫୦୫ଟ୍ରକରୁ ୫ଲକ୍ଷ ୨୯ହଜାର ୮୭୭ଟଙ୍କା, ଓଡି୧୦ଡି ୯୩୩୨ରୁ ୪ଲକ୍ଷ ୯୯ହଜାର ୬୧୭ଟଙ୍କା ଓ ଓଡି ୧୦ଜେ ୨୩୩୯ରୁ ୫ଲକ୍ଷ ୩୬ହଜାର ୫୧ଟଙ୍କା ଏଭଳି ସର୍ବମୋଟ ୧୫ଲକ୍ଷ ୬୫ହଜାର ୫୪୫ଟଙ୍କାର ଜୋରିମାନା ଆଦାୟ କରାଯିବା ପରେ ତିନୋଟି ଯାକ ଟ୍ରକକୁ ଛାଡି ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର