ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ବଡମୌଦା ପଂଚାୟତର କଟୁପିଟ, କୁଲେଇଶିଳା ପଂଚାୟତର ବାଲିଖଣି ଓ ବିଜାତଳା ବ୍ଲକ ମଢେଇକଚା ଗ୍ରା.ପର ବଡବିଲ ପ୍ରଭୃତି ଅପହଂଚ ଅଂଚଳରେ ୨୦୧୮ ମସିହାରେ ଭାରତ ସରକାରଙ୍କ ଦୀନଦୟାଲ ଉପାଦ୍ଧାୟ ଗ୍ରାମଜ୍ୟାତି ଯୋଜନାରେ ବିଦ୍ୟୁତ ସଂଯୋଗ କରାଯାଇଥିଲା।
ପରବର୍ତୀ ସମୟରେ ବାରମ୍ବାର ସଂଯୋଗ କଲା ପରେ ମଧ୍ୟ ଗ୍ରାମବାସୀମାନେ ବିଦ୍ୟୁତ୍ ସେବାରୁ ବଂଚିତ ହେଉଥିଲେ। ୫ ବର୍ଷ ହେଲା ବିଦ୍ୟୁତ ନ ମିଳିବାରୁ କିଛି ତାର ଚୋରି ହୋଇଯାଇଥିବା ବେଳେ କିଛି ତାର ବିଦ୍ୟୁତ ବିଭାଗର କର୍ମଚାରୀମାନେ ନେଇଯାଇଥିଲେ। ତେବେ ଏନେଇ ଦୈନିକ ‘ସମ୍ବାଦ’ରେ ଗତ ମାର୍ଚ୍ଚ ୧୩ରେ “ତିନି ଗ୍ରାମର ଗ୍ରାମବାସୀ ବିଦ୍ୟୁତ ସେବାରୁ ବଂଚିତ” ପୁନଃ ସଂଯୋଗ ନହେଲେ ଭୋଟ୍ ବର୍ଜନ ଚେତାବନୀ ଦେଇଥିଲେ।
ତେବେ ପ୍ରଶାସନ ତତ୍ପରତା ଦେଖାଇ ପୁନଃ ସଂଯୋଗ କାର୍ଯ୍ୟ ଚାଲିଛି। ବନ ବିଭାଗର କିଛି ଗଛ ଗୁଡିକ ପାଇଁ ତାର ଟାଣିବାରେ ଅସୁବିଧା ହେଉଥିଲା। ବନ ଗଛ କାଟିବାକୁ ବାରଣ କରୁଥିବାରୁ ତିନି ଗ୍ରାମର ଗ୍ରାମବାସୀମାନେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଗଛ କାଟିବା ନିମନ୍ତେ ନିବେଦନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଗ୍ରାମର ହିନ୍ଦୁ ନାଏକ, ଭଦ୍ର ନାଏକ, ଦାଢ଼ିଆ ସର୍ଦ୍ଦାର୍, ଦିଗି ନାଏକ, ରାମ ସର୍ଦ୍ଧାର୍, ରୂପ ରଂଜନ ନାଏକ, ଜିତରାୟ ମାଝୀ, ବୁଧୁ ପୂର୍ତିଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।