କଡା ଟ୍ରାଫିକ ଚେକିଂରେ ପଡିଲେ ୩୦ ମଦୁଆ ଚାଳକ

୩୦ ଚାଳକଙ୍କୁ ଗିରଫ କଲା ପୁଲିସ

ସୁନ୍ଦରଗଡ଼: ପ୍ରଚୁର ମଦ୍ୟପାନ କରି ଗାଡି ଚଳାଉଥିବାବେଳେ ଧରାପଡ଼ିଲେ ଚାଳକ | ତେବେ ଜଣେ କି ଦି ଜଣ ନୁହେଁ, ମଦ୍ୟପାନ କରି ଗାଡି ଚଳାଉଥିବା ୩୦ ଜଣ ଚାଳକଙ୍କୁ ଧରିଛି ପରିବହନ ବିଭାଗ ଓ ପୁଲିସର ଟିମ | ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ର ୩ଟି ସ୍ଥାନରେ ପରିବହନ ଵିଭାଗ ଓ ପୁଲିସର ମଟରଯାନ ଯାଞ୍ଚ ଵେଳେ ୩୦ ଜଣ ମଦ୍ୟପ ଚାଳକ ଧରାପଡିଛନ୍ତି।

ସମସ୍ତ ଚାଳକଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ସୁନ୍ଦରଗଡର ରାଣୀବଗିଚା, ମସ୍ନିକାନୀ ଟୋଲଗେଟ ଓ ତଳସରାରେ ଗାଡି ଯାଞ୍ଚ କରାଯାଇଥିଲା।

ମସ୍ନିକାନୀ ଟୋଲଗେଟରେ ୧୬, ରାଣୀବଗିଚାରେ ୧୦ ଓ ତଳସରାରେ ୪ ଜଣ ଧରା ପଡିଥିଲେ। ସେଥିମଧ୍ୟରେ ଵାଇକ, କାର ଓ ଟ୍ରକ ଚାଳକ ଥିବା ଜଣାପଡିଛି। ଗୋଟିଏ ଦିନରେ ୩୦ ଜଣ ମଦୁଆ ଚାଳକ ଗିରଫ ହେଵା ସୁନ୍ଦରଗଡ଼ରେ ଚର୍ଚ୍ଚାର ଵିଷୟ ହୋଇଛି।

ସମ୍ବନ୍ଧିତ ଖବର