୩୦ ହାତୀ ଆସିଲେ, ଧାନ ନଷ୍ଟକରି ଫେରିଗଲେ

ସେଲେଡ଼ି: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସେଲେଡି ଗ୍ରାମର ନଦୀକୂଳକୁ ବୁଧବାର ପ୍ରାୟ ୩୦ଟି ହାତୀ ଆସିଥିଲେ। ଏମାନେ ଉଲୁଣ୍ଡା ବ୍ଲକ୍‌ ଅଞ୍ଚଳର ଜଙ୍ଗଲରୁ ମଙ୍ଗଳବାର ରାତିରେ ନଦୀକୂଳରେ ଥିବା ସେଲେଡି ଗ୍ରାମର କେତେକ ଚାଷୀଙ୍କ ଜମିରେ ପ୍ରବେଶ କରି ଧାନ ଖାଇ, ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି ଓ ପୁଣି ମହାନଦୀ ପାରିହୋଇ ରାତିରେ ଫେରିଯାଇଥିବା ଜଣାପଡ଼ିଛି। ଫଳରେ ଚାଷୀଙ୍କ ଅମଳକ୍ଷମ ଧାନ ସବୁ ନଷ୍ଟ ହେବାରୁ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଆଗକୁ କିପରି ଋଣ ପରିଶୋଧ କରିବେ ଓ ପରିବାର ପ୍ରତିପୋଷଣ କରିବେ ବୋଲି ଚିନ୍ତାରେ ରହିଛନ୍ତି। ତେଣୁ ବନ ବିଭାଗ ତଥା ଜିଲ୍ଲା ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ଯୋଗାଦେବାକୁ ନିବେଦନ କରିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟା‌ ସମୟରେ ହାତୀପଲ ସେଲେଡିକୁ ଆସିଥିବା ଜଣାପଡ଼ିବା ପରେ ସଙ୍ଗେ ସଙ୍ଗେ ବନପାଳ ଜନାର୍ଦ୍ଦନ ସ୍ଵାଇଁ ପହଞ୍ଚି ସେମାନଙ୍କୁ ଘଉଡ଼ାଇଥିଲେ।

ସମ୍ବନ୍ଧିତ ଖବର