ଜାଲରେ ପଡ଼ିଲା ୩୦ କେଜିର ମାଛ

କବାଟବନ୍ଧ: ବ୍ରାହ୍ମଣୀ ନଦୀର ଜେନାପୁର ନିକଟରୁ ଆଜି ଧୀବରମାନେ ଏକ ୩୦ କେଜି ଓଜନର କଳାସାରଣ୍ଡ ମାଛ ଧରିଛନ୍ତି।

ମାଛଟିକୁ ଧର୍ମଶାଳା ଜୋନ୍‌-୧୨ ବିଜେଡି ସଂଯୋଜକ ପ୍ରହଲ୍ଲାଦ ଲେଙ୍କା ୮ ହଜାର ଟଙ୍କା ଦେଇ କିଣିନେଇଥିଲେ। ଜେନାପୁର ପଞ୍ଚାୟତ ବରମପୁର ଗ୍ରାମର ରୁନୁଆ ଦଳେଇ ଓ ତାଙ୍କ ବାପା ଚାନ୍ଦିଆ ଦଳେଇଙ୍କ ଜାଲରେ ଏହି ମାଛଟି ପଡ଼ିଥିଲା।

ସମ୍ବନ୍ଧିତ ଖବର