ୟୁକୋ ବ୍ୟାଙ୍କ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟିନେଲେ ୩୦ଲକ୍ଷ ଟଙ୍କା

ଭଦ୍ରକ: ସୋମବାର ଅପରାହ୍ନରେ ଭଦ୍ରକଜିଲ୍ଲା ସ୍ଥିତ ଜଳଙ୍ଗା ୟୁକୋବ୍ୟାଙ୍କୁ ଦୁଇଜଣ କର୍ମଚାରୀ ଟଙ୍କା ଜମା କରିବାକୁ ଆସିଥିବା ସମୟରେ ଦୁଇ ଦୁର୍ବୃତ୍ତ ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଲୁଟ ହୋଇଥିବା ଟଙ୍କାର ମୂଲ୍ୟ ପାଖାପାଖି ୩୦ଲକ୍ଷ ହେବ ବୋଲି ଅଭିଯୋଗକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ୟୁକୋବ୍ୟାଙ୍କ କର୍ମଚାରୀ ସାଥୀରେ ୩୦ଲକ୍ଷ ଟଙ୍କା ଧରି ଜଳଙ୍ଗା ୟୁକୋବ୍ୟାଙ୍କୁ ଟଙ୍କା ଜମା କରିବାକୁ ଯାଉଥିଲେ। ଏହି ସମୟରେ କୌଣସି ସୂତ୍ରରୁ ୟୁକୋବ୍ୟାଙ୍କ କର୍ମଚାରୀ ଟଙ୍କା ନେଇ ଯାଉଥିବା ଦୁଇ ଦୁର୍ବୃତ୍ତ ସୂଚନା ପାଇଥିଲେ। ଏହାପରେ ମୁହଁରେ ମୁଖାପିନ୍ଧି ଦୁଇ ଦୁର୍ବୃତ୍ତ ୟୁକୋବ୍ୟାଙ୍କ କର୍ମଚାରୀଙ୍କ ପିଛା କରି ଆକସ୍ମିକ ଭାବେ ଏକ ପଲସରରେ ଆସି ଟଙ୍କା ବ୍ୟାଗକୁ ୟୁକୋବ୍ୟାଙ୍କ କର୍ମଚାରୀଙ୍କ ହାତରୁ ଝାମ୍ପ ନେଇ ଗାଁରାସ୍ତା ଦେଇ ଫେରାର ହୋଇ ଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର