ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ମହକୁମା ଠାରେ ଥିବା ସାହିଲ ମୋବାଇଲ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ସଟର ଭାଙ୍ଗି ଦୁର୍ବୃତ୍ତମାନେ ମୋବାଇଲ ଚୋରି ହୋଇଥିବା ଜଣାପଡିଛି।
ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ବ୍ଲକ ସମ୍ମୁଖରେ ଥିବା ସାହିଲ ମୋବାଇଲ ଦୋକାନରୁ ଗତକାଲି ରାତି ପ୍ରାୟ ୧.୩୦ ସମୟରେ କେହି ଦୁର୍ବୃତ୍ତ ସଟର ଭାଙ୍ଗି ୩୦ ଗୋଟି ମୋବାଇଲ ଫୋନ ଓ କିଛି ସ୍ପିକର ନେଇଯାଇଛି। ଆଜି ସକାଳ ୯ ଟା ସମୟରେ ପ୍ରତିଦିନ ଭଳି ସାହିଲ ନିଜର ଦୋକାନ ଖୋଲିବାକୁ ଆସିଥିବା ବେଳେ ସଟର ଭାଙ୍ଗି ଯାଇଥିବା ସହ ଅଳ୍ପ ଖୋଲା ଥିବା ଦେଖିବାକୁ ପାଇ ଚନ୍ଦାହାଣ୍ଡି ପୁଲିସ ଥାନାରେ ଖବର ଦେଇଥିଲେ।
ଚନ୍ଦାହାଣ୍ଡି ଥାନା ଏଏସ୍ଆଇ ଲଳିତ ମୋହନ ପଣ୍ଡା, ରମେଶ ପାତ୍ର ଓ ଅମର ମିଶ୍ର ଦୋକାନରେ ପହଞ୍ଚିବା ପରେ ସାହିଲ ଦୋକାନ ଖୋଲି ଥିବା ବେଳେ ତାଙ୍କର ରେକ୍ରେ ଥିବା ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ମୋବାଇଲ ଓ ସ୍ପିକର ଚୋରି ହୋଇ ଥିବା ଦେଖିବାକୁ ପାଇଥିଲେ। ଏଥିସହ ସାହିଲ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜରେ ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ ପୁଲିସକୁ ଦେଖାଇଥିଲେ। ଏନେଇ ଦୋକାନ ମାଲିକ ମହମ୍ମଦ ସାହିଲ ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଏତଲା ଦେବା ପରେ ଚନ୍ଦାହାଣ୍ଡି ପୁଲିସ ଏକ ଚୋରି ମାମଲା ରୁଜ୍ଜୁ କରି ଛାନଭିନ ଆରମ୍ଭ କରିଛ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/05e39e91-77c0-4f04-ae0a-b9e2948112b2.jpg)