କଟକ: କରୋନା ମହାମାରୀ କଟକଣା ମଧ୍ୟରେ ଚଳିତ ଥର ୩୦ ପ୍ଲାଟୁନ ଫୋର୍ସ ଦଶହରା ଜଗିବା ସହିତ ୧୦୦ଜଣ ଅଫିସର ତଦାରଖ ଦାୟିତ୍ବରେ ରହିବେ। କୌଣସି ପ୍ରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏହା ଛଡ଼ା ୧୪ଟି ସ୍ଥାନରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଭସାଣ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
ଅକ୍ଟୋବର ୨୨ ତାରିଖରୁ କଟକର ବିଭିନ୍ନ ପୂଜା ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେବାକୁ ଥିବାବେଳେ ହାଇକୋର୍ଟରେ ମୂର୍ତ୍ତି ବିବାଦର ଅନ୍ତ ଘଟିଛି। ଶୁଣାଣି ସମୟରେ ୪ ଫୁଟ୍ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବା ୯ଟି ପୂଜା କମିଟି ସଂକ୍ରାନ୍ତରେ ସବିଶେଷ ବିବରଣୀ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଦାଖଲ କରିଥିଲେ।
ବିନୋଦବିହାରୀ-ବାଲୁବାଜାର, ଉପର ତେଲେଙ୍ଗାବଜାର, ଫିରିଙ୍ଗବଜାର, ଶିଖରପୁର-ଗଣ୍ଡରପୁର-ମହାନଦୀବିହାର, ନୂଆବଜାର, ମଙ୍ଗଳାବାଗ, ଶେଖବଜାର, ଅଲିଶାବଜାର, କାଜିବଜାର ଆଦିପୀଠ, ପୂଜା କମିଟି ମଣ୍ଡପରେ ନିର୍ଦ୍ଧାରିତ ୪ ଫୁଟ୍ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଇଥିବା କଥା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।
ଏଭଳି ରିପୋର୍ଟକୁ ଖଣ୍ଡପୀଠ ଗ୍ରହଣ କରିବା ସହିତ ୪ ଫୁଟ୍ରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବା କମିଟିଗୁଡିକୁ ପରମ୍ପରା ଅନୁସାରେ ପୂଜା ପାଇଁ ଅନୁମତି ଦେବା ପାଇଁ କହିଥିଲେ। ଏହି ପୂଜା ମଣ୍ଡପରେ କୋଭିଡ ନିୟମାବଳୀ କଡ଼ାକଡ଼ି ପାଳନ ସହିତ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/WhatsApp-Image-2020-10-20-at-21.21.12-1.jpeg)