ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ବୁଷ୍ଟର ଡୋଜ୍; ପ୍ରଥମ ଦିନରେ ନେଲେ ୩ହଜାର ଲୋକ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ପ୍ରତିଷେଧକ ଟିକାର ବୁଷ୍ଟର ଡୋଜ୍ ଦିଆଯାଇଛି । ପ୍ରଥମ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୧୩ଟି କେନ୍ଦ୍ରରେ ୩ହଜାର ଲୋକ ଏହି ପ୍ରାକ୍ ସାବଧାନତା (ପ୍ରି-କସନ୍ ବୁଷ୍ଟର ଡୋଜ୍)ପ୍ରତିଷେଧକ ଟିକା ନେଇଛନ୍ତି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ଜଣ ସ୍ୱାସ୍ଥ୍ୟକର୍ମୀ ବୁଷ୍ଟର ଡୋଜ୍ ନେଇଥିବା ବେଳେ ୨ଜଣ ସମ୍ମୁଖ କର୍ମୀ, ୮୨ଜଣ ୧୮ରୁ ୪୪ ବୟସ୍କ, ୮୨ଜଣ ୪୫ରୁ ୬୫ ବୟସ୍କ, ୬ଜଣ ୬୦ରୁ ଉଦ୍ଧ୍ୱର୍ ବୟସ୍କ ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି । ସେହିଭଳି ପ୍ରଥମ ଥର ପାଇଁ ଜଣେ ଓ ଦ୍ୱିତୀୟ ଡୋଜ୍ ୪ଜଣ ୧୮ରୁ ୪୪ ବୟସ୍କ ଟିକା ନେଇଥିବା ବେଳେ ୩ଜଣ ୪୫ରୁ ୬୦ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ୨ଜଣ ଦ୍ୱିତୀୟ ଡୋଜ୍ ୬୦ରୁ ଉଦ୍ଧ୍ୱର୍ ବୟସ୍କ ଟିକା ନେଇଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଆଜି ମୋଟ ୧୮୫ ଟିକାକରଣ ଓ ୧୭୫ଟି ପ୍ରାକ୍ସାବଧାନତା ଟିକା ନେଇଥିବା ବେଳେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୭ ଓ୧୨୪, ବାଳକାଟି ୪୯୫ ଓ ୩୫୫, ଜଟଣୀ ୧୬୧ ଓ ୧୩୨, ମେଣ୍ଢାଶାଳ ୪୩୯ ଓ ୩୨୪, ବୋତଳମା ୪୨୫ ଓ ୪୦୩, ବାଙ୍କୋଇ ୨୭୮ଓ ୨୨୭, ହଳଦିଆ ୨୨୫ ଓ ୧୮୫, ଟାଙ୍ଗୀ ୪୫୮ ଓ ୪୨୧, ବାଲୁଗାଁ ୨୧୫ ଓ ୨୦୫, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୪୧୬ ଓ ୩୮୨ଟି ପ୍ରାକ୍ ସାବଧନତା ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି । ତେବେ ରେଳବାଇ ଓ ଆଇଏନ୍ସ ଚିଲିକାରେ କେହି ଟିକା ନେଇନଥିବା ଜଣାଯାଇଛି ।

ମୋଟାମୋଟି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୧୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୯୩୩ଟି ପ୍ରାକ୍ ସାବଧାନତା ବୁଷ୍ଟର ଡୋଜ୍ ଟିକା ଦିଆଯାଇଥିବା ବେଳେ ପ୍ରଥମ, ଦ୍ୱିତୀୟ ଡୋଜ୍ ସହ ମୋଟ ୩୪୬୪ଟି କୋଭିଡ୍ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର