ଅବକାରୀ ଚଢ଼ଉ, ୩୧ଟି ବିୟର ବୋତଲ ଜବତ 

ଖୋର୍ଦ୍ଧା: ଖୋର୍ଦ୍ଧା ରେଂଜ୍ ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ୩ଟି ପୃଥକ୍ ମାମଲାରେ ୩ଜଣଙ୍କୁ ଗିରଫ କରାଯିବା ସହ ୫୨ଲିଟର ଉଭୟ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଖୋର୍ଦ୍ଧା ଅବକାରୀ ଇନସ୍ପେକ୍ଟର ଭୈରବ ସାହୁ ଦେଇଥିବା ସୂଚନାନୁସାରେ, ଗୁରୁଜଙ୍ଗ, କରଡ଼ାପଲ୍ଲୀ, ଚଉତୁଆ ଠାରେ ଚଢ଼ଉ ହୋଇଥିଲା। ଚଢ଼ଉରେ ୨୩.୪ ଲିଟର ବିୟର, ୧.୮ ଲିଟର ବିଦେଶୀ ମଦ, ୨୭ ଲିଟର ଦେଶୀ ମଦ ଜବତ କରାଯାଇଛି।

ଏହି ଘଟଣାରେ କଟକ ଜିଲ୍ଲା କୃଷ୍ଣପଲ୍ଲୀର ମନୋଜ କୁମାର ଖୁଂଟିଆ (୨୯), ଗୁରୁଜଙ୍ଗର ସୁଦର୍ଶନ ବେହେରା (୪୮) ଓ ଚଉତୁଆର ନିବେଦିତା ସାହୁ (୩୬)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବେଆଇନ ମଦ କାରବାର ଆଇନରେ ଯଥାକ୍ରମେ ୮, ୯ ଓ ୧୦/୨୦୨୧ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର