ଚମକପୁର: ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଆଜି ୩୧ ଟି ହାତୀ ଡେରା ପକାଇଛନ୍ତି। ଏହି ହାତୀପଲର ଗତିବିଧି ଉପରେ ବନ ବିଭାଗର କଡ଼ା ନଜର ରହିଛି । ଆଜି ଉକ୍ତ ରେଞ୍ଜ ଅଞ୍ଚଳର ଉଖୁଣ୍ଡା ସେକ୍ସନର ମାଳିପଶିରେ ୧୬ ଗୋଟି ଓ ବାଲିବନ୍ଧ ସେକ୍ସନ ଅଞ୍ଚଳରେ ୧୫ ଗୋଟି ହାତୀ ଚଳପ୍ରଚଳ କରୁଥିବା ଦେଖା‌ଯାଇଛି।

Advertisment

ସଂଧ୍ୟା ହେଲେ ହାତୀପଲ ଖାଦ୍ୟ ଅନେଷଣରେ ଗାଁ ଗାଁ ବୁଲୁଛନ୍ତି । ହାତୀର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ କଡ଼ା ନଜର ରଖା ଯାଇଛି। ‌ହାତୀପଲ ପାଇଁ ସ୍ଥାନୀୟ ଅଧିବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।