ବାଲେଶ୍ବର: ବାଲେଶ୍ବର ଜିଲ୍ଲାରୁ ଆଜି ୩୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲା କାରାଗାରର ୧୫ ଜଣ ଅନ୍ତେବାସୀ ପାରୋଲରେ ଯାଇଥିବା ଜଣାଯାଇଛି। ଏହାକୁ ନେଇ ଜେଲ ପରିସରରେ ଆତଙ୍କ ଖେଳିଯାଇଛି।
ଜିଲ୍ଲା ପ୍ରଶାସନ ଏବଂ ଜେଲ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି। ସେପଟେ ଏବେ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୭୧ ଥିବା ବେଳେ ସେମାନେ ବିଭିନ୍ନ ସ୍ଥାନରେ ହୋଇଥିବା କୋଭିଡ ହସ୍ପିଟାଲ, କୋଭିଡ କେୟାର ହସ୍ପିଟାଲ ଏବଂ ହୋମ ଆଇସୋଲେସନ୍ରେ ରଖାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା କୁହାଯାଇଛି। ଆଜି ଜିଲ୍ଲାରେ ୫୦ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ୧୧ହଜାର ଟିକା ଦ୍ବିତୀୟ ଡୋଜ ଭାବେ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/odisha-1588307244.jpg)