ଫୁଲବାଣୀ: କନ୍ଧମାଳରେ ବଢି ଚାଲିଛି ଗଂଜେଇ ଚାଷ। ତଥାପି ଗଂଜେଇ ଚାଷକୁ ଲୋପ କରିବା ପାଇ ପ୍ରଶାସନ ଓ ପୁଲିସ ଉଦ୍ୟମ ଚଳାଇଛି। ପ୍ରତିବର୍ଷ ଭଳି ଏହି ସମୟରେ ଚାଲିଛି ଗଂଜେଇ ଗଛ କଟା ଅଭିଯାନ। ଯେତିକି ଚାଷ ହୋଇଛି ତାର କାଣିଚାଏ ବି କଟା ହେଉଛି କି ନାହିଁ। ହେଲେ କୋଟିକୋଟି ଟଙ୍କା ମୂଲ୍ୟର ଗଂଜେଇ ଗଛ କଟାଯାଉଥିବା ନେଇ ପ୍ରତିଦିନ ପୁଲିସ ସୂଚନା ଦେଉଛି। ଯାହାକି ବିଶ୍ବାସ ଯୋଗ୍ୟ ହୋଇ ନଥିବା ବେଳେ ଏପଟେ ଗଂଜେଇ ଚାଲାଣରେ ବ୍ରେକ ଲାଗୁ ନାହିଁ। ମାଫିଆମାନେ ବିଭିନ୍ନ ଉପାୟରେ ଗଂଜେଇ ଚାଲାଣ କରିବାରେ ଲାଗି ପଡିଛନ୍ତି। ଗୋଛାପଡା ଥାନା ସଲାଗୁଡାରୁ ଫୁଲବାଣୀକୁ ଏକ ବାଇକରେ ଗଂଜେଇ ଚାଲାଣ ହେଉଥିବା ବେଳେ ପୁଲିସ ସୁନାମୁଦି ପୋଲ ନିକଟରେ ଚଢାଉ କରିଥିଲା। ବାଇକ ସହ ୩୨ କିଲୋ ଗଂଜେଇ ସହ ବାଇକ ଜବତ କରାଯିବା ସହ ସଲାଗୁଡାର ମେଦନା ଦିଗାଲ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ତୃପ୍ତରଂଜନ ନାୟକ ସୂଚନା ଦେଇଛନ୍ତି।
ଚାଲିଛି ଗଛ କଟା, କମୁନି ଗଂଜେଇ ଚାଲାଣ: ବାଇକ ସହ ୩୨ କିଲୋ ଜବତ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2020/11/plbnov19-ganjei-seized-accusecd-arrested.jpg)