କଟକ: ଆଜି ୨୧ଜଣ କରୋନା ଯୋଦ୍ଧାଙ୍କ ସହିତ କଟକ ସହରରୁ ମୋଟ୍ ୩୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍ସିବି ଆଇସୋଲେସନରୁ ୪ ଜଣ, ଏକ ସରକାରୀ ସଂଗରୋଧରୁ ୧୬ ଜଣ ଓ ସ୍ଥାନୀୟ ସଂକ୍ରମଣ ହୋଇ ଜଣେ କରୋନା ଯୋଦ୍ଧା କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ କଟକ ସହରରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୭୧କୁ ବୃଦ୍ଧି ପାଇଛି। ଏଥିରୁ ୨୪୧୮ ଜଣ ସୁସ୍ଥ ହୋଇଥିବା ବେଳେ ୧୭୩୦ ଜଣ ସକ୍ରିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ମୃତକଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି।
/sambad/media/post_attachments/wp-content/uploads/2020/08/EgbzFvxU8AYki3--888x1024.jpg)
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୮୧ ଜଣ, ଗୃହ ସଂଗରୋଧରୁ ୧୦୩ ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍ସିବି ଆଇସୋଲେସନରୁ ଆଜି ୪ ଜଣ କୋଭିଡ ଯୋଦ୍ଧା (୨ ଜଣ ପୁରୁଷ, ୨ ଜଣ ମହିଳା)ଙ୍କ ସମେତ ମୋଟ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ସରକାରୀ ସଂଗରୋଧରୁ ଚିହ୍ନଟ ୭୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୩୯ ଜଣ ପୁରୁଷ, ୧୬ ଜଣ ମହିଳା ଓ ୧୬ ଜଣ କରୋନା ଯୋଦ୍ଧା ଅଛନ୍ତି।
/sambad/media/post_attachments/wp-content/uploads/2020/08/EgbzF9-UMAIbajx-849x1024.jpg)
ଆଜି ଚିହ୍ନଟ ୧୧୮ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଜୋବ୍ରା କେନାଲ ରୋଡ଼ରୁ ୬ ଜଣ, ମଙ୍ଗଳାବାଗ, କେଶରପୁର, ସିଡିଏ ସେକ୍ଟର-୬, ରାଣୀହାଟ, ଚାଉଳିଆଗଂଜ, ପୀଠାପୁରରୁ ୫-୫ ଜଣ, ଜଗତପୁରରୁ ୪ ଜଣ, ବାଦାମବାଡ଼ି, ସିଡିଏ ସେକ୍ଟର-୧୦, ସିଡିଏ ସେକ୍ଟର-୭ ଓ ମହାନଦୀ ବିହାରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/08/EgbzGPkUYAIdgDZ-888x1024.jpg)
ସିଏମ୍ସିର ତଥ୍ୟ ଅନୁସାରେ ଆଜି ଗୃହ ସଂଗରୋଧରୁ ମୋଟ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ବକ୍ସିବଜାର ନୟାସଡ଼କରୁ ୯ ଜଣ, ତୁଳସୀପୁର ପୁଲିସ କଲୋନି, ତୁଳସୀପୁର ମଠସାହିରୁ ୮-୮ ଜଣ, ସିଡିଏ ସେକ୍ଟର-୯ରୁ ୭ ଜଣ, ସିଡିଏ ସେକ୍ଟର-୬, କେଶରପୁରରୁ ୬-୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/302-found-from-ctc-27_Thumb.jpg)