ଲଘୁ ଖଣିଜ ପଦାର୍ଥ ଚାଲାଣ : ୧ ମାସରେ ୩୩ ଲକ୍ଷ ଜୋରିମାନା

ଖୋର୍ଦ୍ଧା : ଖୋର୍ଦ୍ଧା ଉପଖଣ୍ଡରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ଧରପଗଡ଼ ଜାରି ରହିଛି । ଜାନୁଆରୀ ମାସରେ ୩୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୧ ଅପ୍ରିଲ୍ ଠାରୁ ୩୧ ଡିସେମ୍ବର ୨୦୨୦ ଶେଷ ସୁଦ୍ଧା ଖୋର୍ଦ୍ଧା ଉପଖଣ୍ଡରେ ୧କୋଟି ୪୪ଲକ୍ଷ ୭ହଜାର ୧୬୨ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ୨୦୨୧ ଫେବ୍ରୁଆରୀ ୧ ତାରିଖ ସୁଦ୍ଧା ମୋଟ ୧ କୋଟି ୭୬ଳକ୍ଷ ୯୭ ହଜାର ୬୧୭ ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେବଳ ଜାନୁଆରୀ ମାସରେ ୩୨ଲକ୍ଷ ୯୩ହଜାର ୪୫୫ ଟଙ୍କା ଆଦାୟ କରାଯାଇଛି ।

ଅପ୍ରିଲ୍ ୨୦୨୦ ଠାରୁ ଜାନୁଆରୀ ୨୦୨୧ ମଧ୍ୟରେ ଚିଲିକା ତହସିଲରେ ସର୍ବନିମ୍ନ ଜୋରିମାନା ଆଦାୟ କରାଯାଇଥିବା ବେଳେ ଖୋର୍ଦ୍ଧା ତହସିଲରେ ସର୍ବାଧିକ ଜୋରିମାନା ଆଦାୟ ହୋଇଛି । ଏହା ମଧ୍ୟରେ ଜୋରିମାନା ଆଦାୟକୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ କରିବାକୁ ଖୋର୍ଦ୍ଧା ଓ ବେଗୁନିଆରେ ପିଓଏସ୍ ମାଧ୍ୟମରେ ଅନଲାଇନ ଜୋରିମାନା ଦାଖଲର ବ୍ୟବସ୍ଥା ହୋଇଛି । ଚିଲିକା ତହସିଲରେ ୮ଲକ୍ଷ ୯୮ହଜାର ୨୫୫ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ବୋଲଗଡ଼ରୁ ୧୦ଲକ୍ଷ ୬୦ହଜାର ୨୯୨, ବାଣପୁରରୁ ୧୮ଲକ୍ଷ ୭୭ହଜାର ୨୮୦ ଟଙ୍କା, ବେଗୁନିଆରୁ ୩୬ଲକ୍ଷ ୬୨ ହଜାର , ଟାଙ୍ଗୀରୁ ୪୨ଲକ୍ଷ ୯୭ହଜାର ୨୯୦ଟଙ୍କା ଓ ଖୋର୍ଦ୍ଧା ତହସିଲରୁ ୫୯ଲକ୍ଷ ୨୫୦୦ଟଙ୍କା ଜୋରିମାନା ଆଦାୟ ହୋଇଛି ।

ଆଜି ଅର୍ଥାତ୍ ଫେବ୍ରୁଆରୀ ୨ ତାରିଖ ସଂଧ୍ୟା ସୁଦ୍ଧା ଖୋର୍ଦ୍ଧା ଉପଖଣ୍ଡରୁ ୨ଲକ୍ଷ ୫ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ବେଳେ ଖୋର୍ଦ୍ଧା ତହସିଲରୁ ୪୦ହଜାର, ଟାଙ୍ଗୀ ତହସିଲରୁ ୭୫ହଜାର, ବେଗୁନିଆରୁ ୩୨ହଜାର, ବୋଲଗଡ଼ରୁ ୨୦ ହଜାର ଓ ବାଣପୁରୁ ୩୮ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ସମ୍ବନ୍ଧିତ ଖବର