ବାରିପଦା ସହରରେ ପୁଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି, ୩୪ ହଜାର ୨ଶହ ଟଙ୍କା ଫାଇନ କଟା ଗଲା

ବାରିପଦା: ବାରିପଦା ପୌରପରିଷଦରେ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି ଏବଂ ଏହି ସମୟରେ ନିୟମ ଭଙ୍ଗକାରୀମାନଙ୍କ ନିକଟରୁ ମୋଟ ୩୪ ହଜାର ୨ ଶହ ଟଙ୍କା ଫାଇନ କଟାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାରିପଦା ସହରରେ ଚଳାଚଳ କରୁଥିବା ଯାନବାହାନଗୁଡ଼ିକୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଏମଭିଆଇ ଆକ୍ଟକୁ ଅବମାନନା କରିଥିବା ଅଭିଯୋଗରେ ଗାଡ଼ି ଚାଳକମାନଙ୍କ ନିକଟରୁ ୨୫ ହଜାର ଟଙ୍କା ଜୋରିମାନା କଟାଯାଇଥିବା ବେଳେ ମାସ୍କ ପରିଧାନ କରି ନ ଥିବା ବାବଦକୁ ୬ ହଜାର ଟଙ୍କା ଏବଂ କୋଭିଡ଼- ୧୯ ନିୟମକୁ ଉଲ୍ଲଙ୍ଘନ କରିଥିବା ଯାନଗୁଡ଼ିକର ଚାଳକ ନିକଟରୁ ୩ହଜାର ୨ ଶହ ଟଙ୍କା ଏହିପରି ମୋଟ ୩୪ ହଜାର ୨ ଶହ ଟଙ୍କାର ଜୋରିମାନା କଟାଯାଇଥିବାର ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତିଙ୍କ ସୂତ୍ରରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର